ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଲା । ଦେଶରେ ଜନଗଣନା ପାଇଁ ଆରମ୍ଭ ହେଲା ପ୍ରକ୍ରିୟା। ଜନଗଣନା ଅଧିନିୟମ ୧୯୪୮ ଅନୁସାରେ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଦୁଇଟି ପର୍ଯ୍ୟାୟରେ ହେବ ଜନଗଣନା କାର୍ଯ୍ୟ ।
ଭାରତରେ ପ୍ରଥମଥର ପାଇଁ ଜନଗଣନା ଓ ଜାତିଗତ ଜନଗଣନା ଏକାସଙ୍ଗେ କରାଯାଉଛି ।ଯେଉଁ କର୍ମଚାରୀମାନେ ଜନଗଣନା କରିବେ, ସେମାନଙ୍କୁ ପ୍ରଥମେ ତାଲିମ ଦିଆଯିବ। ତେବେ ଦୀର୍ଘ ୧୬ ପରେ ଦେଶରେ ଜନଗଣନା ହେବ । ୧ ମାର୍ଚ୍ଚ ୨୦୨୭ରେ ପ୍ରକାଶ ପାଇବ ଜନଗଣନାର ପୂର୍ଣ୍ଣାଙ୍ଗ ରିପୋର୍ଟ । ଦେଶରେ ଜନସଂଖ୍ୟା କେତେ, ସେଥିରୁ ମହିଳା ଓ ପୁରୁଷଙ୍କ ସଂଖ୍ୟା କେତେ ତାହା ଜଣାପଡିବ । କେନ୍ଦ୍ର ସରକାରଙ୍କ ବିଜ୍ଞପ୍ତି ପରେ ଓଡିଶାରେ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇଯାଇଛି । ଜନଗଣନା ନିର୍ଦ୍ଦେଶକ ନିଖିଲ ପବନ କଲ୍ୟାଣ କହିଛନ୍ତି, “ଓଡ଼ିଶାରେ ଏଆଇ ଭିତ୍ତିକ ଜନଗଣନା କରାଯିବ । ସାଧାରଣ ଲୋକେ ଜନଗଣନା ପାଇଁ ତାଙ୍କର ତଥ୍ୟ ଏକଜୁଟ୍ କରି ରଖନ୍ତୁ । ଚଳିତ ଜନଗଣନା ସମ୍ପୂର୍ଣ୍ଣ ଡିଜିଟାଲ୍ ପ୍ରକ୍ରିୟାରେ ହେବ। ଜନଗଣନା ସମୟରେ ମୋବାଇଲ୍ ଆପ୍ ବ୍ୟବହାର କରାଯିବ।”
ଜନଗଣନା ପ୍ରକ୍ରିୟା ସରିବା ପେର ଡିଲିମିଟେସନ୍ ପ୍ରକ୍ରିୟା ଆରମ୍ଭ କରିପାରନ୍ତି କେନ୍ଦ୍ର ସରକାର । ଯାହାଦ୍ୱାରା ୨୦୨୯ ବେଳକୁ ଦେଶର ପୂରା ରାଜନୈତିକ ଚିତ୍ର ବଦଳିଯିବ ।