ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ ବଡ଼ ଖବର। ସାମ୍ନାକୁ ଆସିଲା ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟସୂଚୀ। ଆସନ୍ତା ୨୦ ତାରିଖରେ ଓଡ଼ିଶା ଆସିବେ ନରେନ୍ଦ୍ର ମୋଦୀ।ଉପମୁଖ୍ୟମନ୍ତ୍ରୀଙ୍କ ସୂଚନା ଅନୁସାରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୁବନେଶ୍ବର ଗସ୍ତବେଳେ ୧ ଘଣ୍ଟା ଧରି ରୋଡ ଶୋ କରିବେ। ଜୁନ୍ ୨୦ ଅପରାହ୍ନ ୩.୪୦ରେ ଭୁବନେଶ୍ବରରେ ପହଞ୍ଚିବେ ମୋଦୀ।
ଅପରାହ୍ନ ୩ ଟା ୪୫ରୁ ୪ ଟା ୪୫ ଯାଏ ରୋଡ୍ ସୋ କରିବେ ପିଏମ। ବିମାନବନ୍ଦରରରୁ ଜନତା ମଇଦାନ ଯାଏ ଏହି ରୋଡ୍ ସୋ ହେବ। ତେବେ ସନ୍ଧ୍ୟା ୫ ଟା ୫୦ରେ ପ୍ରଧାନମନ୍ତ୍ରୀ ଦିଲ୍ଲୀ ଫେରିଯିବା ନେଇ କାର୍ଯ୍ୟକ୍ରମ ରହିଥିବା ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ।