Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ତାମିଲ ପାଣ୍ଡିଆନଙ୍କ ଓଡିଶାକୁ ରାଜୁତି କରିବା ମୋହ ଗଲାନି, ଏକ୍ସରେ ପୋଷ୍ଟ କରି ପୁଣି ଥରେ ଚର୍ଚ୍ଚା ରେ

ସମ୍ବଲପୁର:ଓଡିଶାର ଡେଭେଲପ୍ମେଣ୍ଟରେ ନବୀନଙ୍କ ସାରଥୀ, ଦେହ ତାମିଲ ମନ ଓଡ଼ିଆ।ଜଣେ ହିଁ କେବଳ ଓଡିଶା ର ଡେଭେଲପ୍ମେଣ୍ଟ କରି ପାରିବ I ଆପଣ କଣ କହୁଛନ୍ତି?
ଏଭଳି ଏକ୍ସରେ ପୋଷ୍ଟ କରି ପୁଣି ଥରେ ଚର୍ଚ୍ଚା କୁ ଆସିଛନ୍ତି ପ୍ରଶାସନିକ ଅଧିକାରୀରୁ ନେତା ସାଜିଥିବା ଭିକେ ପାଣ୍ଡିଆନ।
ଆଜି ସକାଳୁ ଭିକେ ପାଣ୍ଡିଆନ ଫେନ କ୍ଳବ ଏକ୍ସରେ ଲୋକଙ୍କ ମତାମତ ଜାଣିବାକୁ ପୋଷ୍ଟ କରାଯାଇଛି।ତାମିଲ ପାଣ୍ଡିଆନଙ୍କ ଓଡିଶାକୁ ରାଜୁତି କରିବା ମୋହ ଗଲାନି, ଅବଶ୍ୟ ଏହି ପୋଷ୍ଟରେ ବିଶେଷ କିଛି ମତାମତ ନାହିଁ କିମ୍ବା ଲାଇକ ମଧ୍ୟ ଆଖିକୁ ପାଇନି। ଜଣଙ୍କ ଦ୍ୱାରା କେବଳ ବିକାଶ ସମ୍ଭବ ବୋଲି ପୋଷ୍ଟରେ ଉଲ୍ଲେଖ କରାଯାଇ ପାଣ୍ଡିଆନ ଓଡ଼ିଆ ଆବେଗ ଭିତରେ ପୁଣି ଥରେ ପ୍ରବେଶ କରିବାକୁ ଚେଷ୍ଟା କରିଛନ୍ତି।କିନ୍ତୁ ସବୁଠୁ ବଡ କଥା ହେଉଛି ଏହି ପୋଷ୍ଟରେ କୌଣସି ଜଣେ ଟପ ଲିଡରଙ୍କ ଲାଇକ କି ମତାମତ ମଧ୍ୟ ନାହିଁ। ଏପରିକି ସେଦିନର ଶହ ଶହ ଫେନଙ୍କ ଭିତରୁ ବିଶେଷ କେହି ଏହି ପୋଷ୍ଟରେ ନିଜର ମତାମତ ବି ରଖିନାହାନ୍ତି।ବିଜେଡିର ଅଧୋଗତି ପାଇଁ ପାଣ୍ଡିଆନଙ୍କୁ ଦୋଷ ଦିଆଯାଉଥିବା ବେଳେ ତାମିଲ ଦେହ କୁ ଓଡ଼ିଆ ମନ ଲେଖି କିଛି ଭଡାଟିଆ ଲାଇକ ଓ କମେଣ୍ଟରେ ଖୁସି ରହିବା ଛଡା ଆଉ କିଛି ଲାଭ ନାହିଁ

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ