Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସଡ଼କ ଦୁର୍ଘଟଣା, ୨ ମୃତ

ସମ୍ବଲପୁର:୨ ସାଙ୍ଗ ଏକ ବାଇକରେ ଯାଉଥିବା ବେଳେ ରାସ୍ତା କଡରେ ଥିବା ଏକ ବିଦ୍ୟୁତ ପୋଲରେ ବାଡେଇ ହୋଇ ଉଭୟଙ୍କ ଅକାଳରେ ଜୀବନ ଯାଇଛି।
ରେଢ଼ାଖୋଲ -ନାକଟିଦେଉଳ ରାସ୍ତାର ପେଣ୍ଠବାହାଲ ଠାରେ ଏହି ଦୁର୍ଘଟଣା ଘଟିବା ପରେ ଗୁରୁତର ଆହତ ୨ ସାଙ୍ଗ ସୁମନ ଡୋଙ୍ଗି ଓ ଶୁଭମ ନାଏକଙ୍କୁ ସ୍ଥାନୀୟ ଲୋକେ ରେଢ଼ାଖୋଲ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ଚିକିତ୍ସାଧୀନ ଥିବା ସମୟରେ ସେମାନଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ମିଳିଛି। ସ୍ଥାନୀୟ ପୋଲିସ ଘଟଣାର ତଦନ୍ତ କରି ୨ ଟି ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଛେଦ ପରେ ଉଭୟ ପରିବାରକୁ ଶବ ହସ୍ତାନ୍ତର କରିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ