Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୨୧ରେ ଆନ୍ତର୍ଜାତୀୟ ଯୋଗ ଦିବସ, ପ୍ରସ୍ତୁତି ଯୋରଦାର

ସମ୍ବଲପୁର:ସମ୍ବଲପୁର ଜିଲ୍ଲା ପ୍ରଶାସନ ଆନୁକୁଲ୍ଯରେ ଜୁନ ମାସ ୨୧ ତାରିଖରେ ଆନ୍ତର୍ଜାତୀୟ ଯୋଗ ଦିବସ ଅନୁଷ୍ଠିତ ହେବ। ଏଥିପାଇଁ ଯୋରଦାର ପ୍ରସ୍ତୁତି ଚାଲିଛି।ଏଥି ପାଇଁ ଆଜି ସକାଳ ୫ଟାରୁ ମା’ ସମଲେଶ୍ୱରୀ ମନ୍ଦିର ପରିସର ଓ ରିଭର ଫ୍ରଣ୍ଟ ଠାରେ ବିଶାଳ ଯୋଗ କାର୍ଯ୍ୟକ୍ରମ ଆୟୋଜନ ପାଇଁ ନିରୀକ୍ଷଣ କରାଯାଇଛି। ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର , ଆରକ୍ଷୀ ଅଧିକ୍ଷକ ମୁକେଶ ଭାମୁ , ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ବେଦଭୂଷଣ ସ୍ଥାନ ପରିଦର୍ଶନ କରିଥିଲେ । ଏହି ବୃହତ୍‌ କାର୍ଯ୍ୟକ୍ରମରେ ସମଗ୍ର ସମ୍ବଲପୁର ବାସୀ ଙ୍କୁ ଅଂଶଗ୍ରହଣ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଅନୁରୋଧ କରାଯାଇ ଏହି ଅଭିଯାନକୁ ସଫଳ କରିବାକୁ ଜିଲ୍ଲା ବାସୀଙ୍କ ସହଯୋଗ ଲୋଡ଼ାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ