Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡିଶା ସରକାରଙ୍କୁ ବର୍ଷେ ପୁରିଲା,ସେବା, ସୁଶାସନ ଓ ଗରିବ କଲ୍ଯାଣ ପାଇଁ ସମର୍ପିତ ହେଲେ ସରକାର

ସମ୍ବଲପୁର:ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଭୁବନେଶ୍ବର ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଯୋଗଦେଇ ବୌଦ୍ଧ ଜିଲ୍ଲା ପାଇଁ ପ୍ରଥମ ଥର ପାଇଁ ନୂଆ ରେଲ ସେବା ଏବଂ ରାଜଧାନୀ ଅଞ୍ଚଳରେ ଶତ ଇଲେକ୍ଟ୍ରିକ ବସ୍ ସେବା କୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ।ଯାହା ବୌଦ୍ଧ ଜିଲ୍ଲା ପାଇଁ ଐତିହାସିକ ଦିନ ଥିଲା। ଏହି ପରିପ୍ରେକ୍ଷୀ ରେ ସମ୍ବଲପୁର ର ରେଙ୍ଗାଲି ବ୍ଲକ ର ଖିଣ୍ଡା ଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ, ମାନ୍ୟବର ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ଵର ବଳିରାମ ବୋନ୍ଦର, ଜିଲ୍ଲା ଉନ୍ନୟନ ଅଧିକାରୀ ପ୍ରସନ୍ନ କୁମାର ପାତ୍ରଙ୍କ ସମେତ ସୁରେନ୍ଦ୍ର ସାଏ ପରିଚାଳନା କମିଟିର ସଭାପତି ତଥା ସୁରେନ୍ଦ୍ର ସାଏଙ୍କ ବଂଶଜ ବିରେନ୍ଦ୍ର ସାଏ ,ସମ୍ପାଦକ ହେମନ୍ତ ରାଉତ, ନିଶାନଭଙ୍ଗା ସରପଞ୍ଚ ସରୋଜ ମେହେର,ଖିଣ୍ଡା ପଞ୍ଚାୟତ ସମିତି ସଭ୍ୟା ଅନିତା ସିଂହ, ସୁଧିର ଗୁପ୍ତା, ନବୀନ ପ୍ରଧାନ,ମନବୋଧ ବିଶ୍ଵାଳ,ସୁନିଲ ଦାସ, ଡୁଲା କାନ୍ତ ବୁଧିଆ,ଫକିର ବୁଧିଆ,ମାନ୍ୟଗଣ୍ୟ ବ୍ୟକ୍ତି, ଜନସାଧାରଣ ଆଭାସୀ ମାଧ୍ୟମରେ ଯୋଗ ଦେଇଥିଲେ।ଉପସ୍ଥିତ ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଜିଲ୍ଲାର ସମସ୍ତ ଜନସାଧାରଣ ମାନେ ଭୁବନେଶ୍ବର ଠାରୁ ଆଭାସୀ ମାଧ୍ୟମରେ ସିଧା ପ୍ରସାରଣ ହେଉଥିବା ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ଦେଖିଥିଲେ ଏବଂ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଅବିଭାଷଣରେ ମନ୍ତ୍ରମୁଗ୍ଧ ହୋଇଥିଲେ। ରେଙ୍ଗାଲି ବ୍ଲକ ର ଖିଣ୍ଡା ଠାରେ ସ୍ଥିତ ଆଦର୍ଶ ବିଦ୍ୟାଳୟ ଠାରେ ଏହା ଅନୁଷ୍ଠିତ ହୋଇଥିଲା।ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ଵର ବଳିରାମ ବୋନ୍ଦର ପ୍ରଥମେ ବୀର ସୁରେନ୍ଦ୍ର ସାଏ ଙ୍କ ପ୍ରତିମୂର୍ତ୍ତି କୁ ମାଲ୍ୟାର୍ପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଇଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ