Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଶେଷରେ ଇସ୍ରାଏଲ ଉପରେ ଏହି ଘାତକ ମିସାଇଲ୍‌ ମାଡ଼ କରିବ ଇରାନ୍‌, ଆମେରିକାରେ ହେବ ହଇଚଇ

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ଶୀର୍ଷରେ ପହଞ୍ଚିଛି । ଇସ୍ରାଏଲର ପ୍ରମୁଖ ସହରଗୁଡ଼ିକ ଉପରେ କ୍ଷେପଣାସ୍ତ୍ର ମାଡ଼ କରିଛି ଇରାନ । ଇସ୍ରାଏଲ ପ୍ରତିରକ୍ଷା ବାହିନୀ (IDF) ତୁରନ୍ତ ସାରା ଦେଶରେ ସତର୍କ ସୂଚନା ଜାରି କରିବା ସହ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନରେ ରହିବାକୁ ଅପିଲ୍ କରିଛି । ଗତ ସପ୍ତାହରେ ଇରାନ ସାମରିକ ଘାଟି ଉପରେ ଇସ୍ରାଏଲର ବିମାନ ଆକ୍ରମଣ ପରେ ଆରମ୍ଭ ହୋଇଥିବା ଏହି ଯୁଦ୍ଧ ନିର୍ଣ୍ଣାୟକ ମୋଡ ନେଇପାରେ ବୋଲି କୁହାଯାଉଛି ।

ଏବେ ସୁଦ୍ଧା ଇରାନ ୪୦୦ ରୁ ଅଧିକ ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଇତିହାସରେ ପୂର୍ବରୁ ଏଭଳି କେବେ ହୋଇନାହିଁ। କିନ୍ତୁ ପ୍ରଶ୍ନ ହେଉଛି, ଇରାନ ଏପର୍ଯ୍ୟନ୍ତ କେଉଁ ଅସ୍ତ୍ର ବ୍ୟବହାର କରିଛି ଏବଂ ଆଉ କଣ ବ୍ୟବହାର କରିବାକୁ ଯୋଜନା କରୁଛି ?

ଏହି ଯୁଦ୍ଧରେ ଇରାନ ଖୋଲାଖୋଲି ଭାବରେ ନିଜର ଶକ୍ତି ପ୍ରଦର୍ଶନ କରିଛି । ଏଥିରେ ଗଦର ଏବଂ ଇମାଦ ପରି ପୁରୁଣା କ୍ଷେପଣାସ୍ତ୍ର ବ୍ୟବହାର କରାଯାଇଥିଲା। ଇରାନର ଖେବାର ଶେକେନ୍ ଏକ ମଧ୍ୟମ ଦୂରଗାମୀ କ୍ଷେପଣାସ୍ତ୍ର । ଦ୍ରୁତ ଗତି ପାଇଁ ଏହି କ୍ଷେପଣାସ୍ତ୍ର ଜଣାଶୁଣା । କିନ୍ତୁ ସବୁଠାରୁ ଅଧିକ ଚର୍ଚ୍ଚିତ ହେଉଛି ଫତାହ-୧ ହାଇପରସୋନିକ୍ କ୍ଷେପଣାସ୍ତ୍ର । ଏହାକୁ ରୋକିବା ଇସ୍ରାଏଲ ପାଇଁ ସବୁଠାରୁ ବଡ଼ ଚ୍ୟାଲେଞ୍ଜ । ଏହି କ୍ଷେପଣାସ୍ତ୍ର ତେଲ ଅଭିଭ, ଜେରୁସାଲେମ ଏବଂ ବିୟର ଶେଭା ଭଳି ଇସ୍ରାଏଲ ସହରରେ ଆତଙ୍କ ସୃଷ୍ଟି କରିଛି।

କ୍ଷେପଣାସ୍ତ୍ର ଯୁଦ୍ଧ ପରଠାରୁ ଇରାନର ଖୋରମସହର ଆଲୋଚନାର କେନ୍ଦ୍ର ହୋଇ ରହିଛି। ଏହି ତରଳ ଇନ୍ଧନ ଚାଳିତ କ୍ଷେପଣାସ୍ତ୍ର ୧୫୦୦ କିଲୋଗ୍ରାମ ଓଜନର ଯୁଦ୍ଧାସ୍ତ୍ର ବହନ କରି ୨ ହଜାର କିଲୋମିଟର ଦୂରତା ପର୍ଯ୍ୟନ୍ତ ଉଡ଼ି ପାରିବ। ଇରାନୀ ରିଭୋଲ୍ୟୁସନାରୀ ଗାର୍ଡ କର୍ପସ (IRGC) ସହିତ ଜଡିତ ଗଣମାଧ୍ୟମ ପୂର୍ବରୁ ଏହାର ଲଞ୍ଚର ଭିଡିଓ ସେୟାର କରିଥିଲା । ଏହି ଯୁଦ୍ଧରେ ଖୋରମସହର କ୍ଷେପଣାସ୍ତ୍ର ବ୍ୟବହାର କରିଛି କି ନାହିଁ, ସେନେଇ ଇରାନ କୌଣସି ସ୍ପଷ୍ଟ ସୂଚନା ଦେଇନାହିଁ ।

ଇରାନର କ୍ଷେପଣାସ୍ତ୍ର ଡିପୋ ବିଶ୍ୱର ସବୁଠାରୁ ବଡ଼ କ୍ଷେପଣାସ୍ତ୍ର ଡିପୋ ମଧ୍ୟରୁ ଗୋଟିଏ । ଇରାନ ପାଖରେ ୨୦୦୦ ରୁ ଅଧିକ ବାଲିଷ୍ଟିକ୍ ମିସାଇଲ ଅଛି । ଯେଉଁଥିରୁ ଅନେକ ୯୦୦ କିଲୋଗ୍ରାମ ପର୍ଯ୍ୟନ୍ତ ଯୁଦ୍ଧାସ୍ତ୍ର ବହନ କରିପାରିବ । ସେଜିଲ୍ କ୍ଷେପଣାସ୍ତ୍ର ଇସ୍ରାଏଲ ଉପରେ ନିକ୍ଷେପ କରିଥିବା ଦାବି କରିଥିଲା । ଏହାର ସଠିକତା ଏବଂ ୨୦୦୦ କିଲୋମିଟର ଲକ୍ଷ୍ୟଭେଦ ଧମତା ପାଇଁ ଜଣାଶୁଣା । ଏହା ବ୍ୟତୀତ ଫତେହ-୨ ହାଇପରସୋନିକ୍ ମିସାଇଲ୍ ଏବଂ ଆରଶ ଆତ୍ମଘାତୀ ଡ୍ରୋନ୍ ଭଳି ଅସ୍ତ୍ରଶସ୍ତ୍ର ଏପର୍ଯ୍ୟନ୍ତ ଇରାନ ଦ୍ୱାରା ବଡ଼ ପରିମାଣରେ ବ୍ୟବହାର କରାଯାଇନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ