Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲା ହାଇସ୍କୁଲର ପୁରାତନ ଛାତ୍ର ସଂସଦ ନିର୍ବାଚନ

ସମ୍ବଲପୁର: ରବିବାର ସକାଳ ୧୦ଟା୩୦ରେ ବୁର୍ଲା ପିଏମ ଶ୍ରୀ ହାଇସ୍କୁଲର ପୁରାତନ ଛାତ୍ର ସଂସଦ ର ପୂର୍ବତନ ସଭାପତି ଶ୍ରୀ ନିରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଂସଦର ପୃଷ୍ଠପୋଷକ ଓ ଆଜୀବନ ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଉକ୍ତ ବୈଠକରେ ୨୦୨୫–୨୭ବର୍ଷ ପାଇଁ ନୂତନ କାର୍ଯ୍ୟକାରୀ ସମିତି ପୂନର୍ଗଠନ ହୋଇସଭାପତି ଶ୍ରୀ ରାଜକିଶୋର ଜାଜୋଡିଆ, ଉପସଭାପତି ଶ୍ରୀ ରମେଶ ଚନ୍ଦ୍ର ଆଚାର୍ଯ୍ୟ ଓ କାଳୁ ଚରଣ ସ୍ବାଇଁ, ସମ୍ପାଦକ ଶ୍ରୀ ଦେବାଶିଷ ନନ୍ଦ, ଯୁଗ୍ମ ସମ୍ପାଦକ ଶ୍ରୀ ରଶ୍ମିରଞ୍ଜନ ଶତପଥୀ ଓ ଡ ଦେବେନ୍ଦ୍ର ମହାଲିକ, କୋଷାଧ୍ୟକ୍ଷ ଶ୍ରୀ ନୟନ କୁମାର ନାୟକ, କାର୍ଯ୍ୟାଳୟ ପରିଚାଳକ ଶ୍ରୀ ଅନୁପ କୁମାର ପଣ୍ଡା, ମୂଖ୍ୟ ଉପଦେଷ୍ଟା ଶ୍ରୀ ନିରଂଜନ ପଟ୍ଟନାୟକଙ୍କ, ଉପଦେଷ୍ଟା ଶ୍ରୀ ଇଂ ସୁରେନ୍ଦ୍ର ସିଂ କାବଲି, ଇଂ ବିଭୁତି ଭୁଷଣ ପଣ୍ଡା, ଶ୍ରୀ ସୁରେଶ ଚନ୍ଦ୍ର ପଣ୍ଡା, ଦେବେନ୍ଦ୍ର କପାନି,ଆସ୍ତିକ ପ୍ରସାଦ ମୁଣ୍ଡ, ହରିଶ୍ ଚନ୍ଦ୍ର ବାଲି। କାର୍ଯ୍ୟକାରୀ ସଭ୍ୟ ଶ୍ରୀ ସିଏ ପ୍ରସାନ୍ତ କୁମାର ପଣ୍ଡା, (ଭୁବନେଶ୍ଵର,) ଶ୍ରୀ ଶୁଷାନ୍ତ କୁମାର ଗୁରୁ, ଶ୍ରୀ ପ୍ରଦୀପ କୁମାର ମିଶ୍ର (ବୁର୍ଲା,)ଏଡଭୋ ଲକ୍ଷ୍ମୀ ଧର ମହାନ୍ତି, ଶ୍ରୀବିଷ୍ଣୁ ପ୍ରସାଦ ରକ୍ଷିତ, ପ୍ରଦ୍ୟୁମ୍ନ କୁମାର ମିଶ୍ର,ଯଦୁନନ୍ଦନ ବଡ଼ପଣ୍ଡା, ସୁବ୍ରତ କୁମାର ଶତପଥି, (ଭୁବନେଶ୍ଵର,) ଏଡଭୋ ଦୀପ୍ତି କୁମାର ଠାକୁର, ପ୍ରମୋଦ କୁମାର ଦାସ, ସୁବ୍ରତ କୁମାର ପଟ୍ଟନାୟକ, ହରିଶଙ୍କର ପଣ୍ଡା,ଏଡଭୋ ମୁକୁଲ କୁମାର ଦାସ,ବସନ୍ତ ନାଏକ ମନୋନୀତ ହୋଇଥିଲେ।
ଏହା ପରେ ସ୍କୁଲର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ମାନ କରାଯାଇ ଥିଲା। ବିଶେଷ କରି ସ୍କୁଲ କୋଠା ଉପରେ ଟିଣ ଛପର,ଆଲୁମିନି ହାଉସ, ପ୍ରାଥମିକ ଶିକ୍ଷୟିତ୍ରୀ
ମାନଙ୍କ ପାଇଁ ଶୋଚାଳୟ ଆଦି ନିର୍ମାଣ କରିବା ପାଇଁ ନୂତନ କାର୍ଯ୍ୟକାରୀ ସମିତିଙ୍କୁ ଦାୟିତ୍ଵ ହସ୍ତାନ୍ତର କରାଗଲା।
ଶେଷରେ ନିର୍ବାଚିତ ସଭାପତି ଶ୍ରୀ ରାଜକିଶୋର ଜାଜୋଡିଆ ନିଜର ଅଭିଭାଷଣ ପରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ସାଙ୍ଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ