Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ୟ କାମନାକରି ସାମୁହିକ ଦୀପ ପ୍ରଜ୍ଜଳନ

ସମ୍ବଲପୁର:ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜୁ ଜନତାଦଲର ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁଆରୋଗ୍ୟ କାମନା କରି ସମ୍ବଲପୁର ବିଜୁ ଜନତାଦଲ ତରଫରୁ ସ୍ଥାନୀୟ ସମଲେଶ୍ବରୀ ମନ୍ଦିର ପ୍ରାଙ୍ଗଣରେ ଏକ ସାମୁହିକ ଦୀପ ପ୍ରଜ୍ଜଳନ କାର୍ଯ୍ୟକ୍ରମ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ ରେ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଯଥାଶୀଘ୍ର ସୁସ୍ଥ ହୋଇ ଘରକୁ ଫେରନ୍ତୁ ବୋଲି ଉପସ୍ଥିତ କର୍ମି ଓ କର୍ମକର୍ତ୍ତା ମାନେ ମା ସମଲେଇଙ୍କ ଠାରେ ପାର୍ଥନା କରିଛନ୍ତି !ପୂର୍ବକ୍ତ କାର୍ଯ୍ୟକ୍ରମଟି ଆଜି ସନ୍ଧ୍ୟା ୬ଟା ୩୦ମି.ରେ ଆରମ୍ଭ ହୋଇଥିଲା ଏଠାରେ ଉର୍ଲେଖଯୋଗ୍ୟ ଯେ ଜିଲ୍ଲା ସଭାପତି ଇଂ.ରୋହିତ ପୂଜାରୀଙ୍କ ବଡବାପାଙ୍କ ବିୟୋଗଯୋଗୁଁ ନିଜେ ନ ଆସି ପାରିଥିଲେ ମଧ୍ୟ ତାଙ୍କର ପ୍ରତ୍ୟେକ ତତ୍ୱ।ବଧାନରେ ଏହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ !ଏହି କାର୍ଯ୍ୟକ୍ରମ ରେ ସର୍ବଶ୍ରୀ ସଞ୍ଜୟ କୁମାର ବାବୁ ମମଲେଇ ମନ୍ଦିର ଟ୍ରଷ୍ଟବୋର୍ଡ ସଭାପତି, ସତ୍ୟେନ୍ଦ୍ର କୁମାର ଦାଶ, ପ୍ରଶାନ୍ତ କୁମାର ଥାପା,ବେଣୁଧର ଦାସ, ସୁବାଷ ଜେନା, ତପନ ମେହେର, ପ୍ରହଲ୍ଲାଦ ଗୁରୁ, ଦୁଲାଲ ଚନ୍ଦ୍ର ରାୟ, ଭାବେଶ ଚାନ୍ଦ, ଶେଷଦେଵ ଗୁରୁ, ସୁକେଶ ସିଂ, ଦେବାଶିଷ ପରିଡା, ଧର୍ମରାଜ ମରେଇ, ଅନମୋଲ ଦାଶ, ପ୍ରଶାନ୍ତ ନାଏକ, ସୁରେନ୍ଦ୍ର ବିଶ୍ୱାଳ, ରବୀନ୍ଦ୍ର ସିଂ, ପ୍ରଫୁଲ କୁମାର ଦାଶ, ସୌରୀ ପାଣିଗ୍ରାହୀ,ଭାସ୍କର ଦାସ,ବିଜୟ ପଣ୍ଡା, ଗଣେଶ କରାଳି, ସତ୍ୟେମ ସାହୁ,ସୋମ ପ୍ରକାଶ ବେହେରା,ଉଷା ପ୍ରଧାନ, ସଂଯୁକ୍ତା ମେହେର, ସଂଗୀତା ସ୍ୱାଇଁ,ପରହେଜ ଯାହା, ପଦ୍ମା ମହାନନ୍ଦ, ପୂଜା ଦେବୀ, ମାମି ଆଇନ୍ଦ, ସୀମା ମଣ୍ଡଳ, ତ୍ରିବେଣୀ ପଣ୍ଡା, ପିଙ୍କି ମେହେର ପ୍ରମୁଖ ସମେତ ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ !

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ