ସମ୍ବଲପୁର :ସରାପାଲି ଗ୍ରାମ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ତଥା ରେଢ଼ାଖୋଲ ଉପଖଣ୍ଡ ଓ ନାକଟିଦେଉଳ ବ୍ଳକ୍ ଅଞ୍ଚଳ ର ଚଷା ସମାଜର ଟାଣୁଆ ପୁରୁଖା ବ୍ୟକ୍ତିତ୍ଵ ରାମଚନ୍ଦ୍ର ପ୍ରଧାନ ଙ୍କ ତା ୨୩.୬. ୨୦୨୫ ରିଖ ସୋମବାର ଦିନ ପ୍ରାତଃ ସମୟରେ ସରାପାଲି ସ୍ଥିତ ତାଙ୍କ ବାସଭବନ ରେ ପରଲୋକ ହୋଇ ଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୧୦୦ବର୍ଷ ପାଖାପାଖି ହୋଇଥିଲା । ସ୍ୱର୍ଗତ ପ୍ରଧାନ ନାକଟିଦେଉଳ ମହାବିଦ୍ୟାଳୟ ପରିଚାଳନା କମିଟି ର ପ୍ରତିଷ୍ଠାତା ସଦସ୍ୟ ଥିଲେ । ସରାପାଲି ଉଚ୍ଚବିଦ୍ୟାଳୟ ତଥା ସରାପାଲି ପଞ୍ଚାୟତ ର ବିକାଶ ରେ ତାଙ୍କର ଭୁମିକା ଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ଦୁଇ ପୁତ୍ର ବଲ୍ଲଭ ଓ ବିକ୍ରମ ପ୍ରଧାନ ତଥା ପୁତ୍ର ବଧୁ ନାତି ନାତୁଣି ପୁତୁରା ଝିଆରୀ ମାନେ ଉପସ୍ଥିତ ଥିଲେ । ରାମଚନ୍ଦ୍ର ପ୍ରଧାନ ଙ୍କ ବିୟୋଗ ରେ ସରାପାଲି ଉଚ୍ଚ ବିଦ୍ୟାଳୟ, ନାକଟିଦେଉଳ ମହାବିଦ୍ୟାଳୟ, ମହାଲକ୍ଷ୍ମୀ ଯୁବକ ସଂଘ ଓ କୁଞ୍ଜବନ ଉନ୍ନୟନ ମଞ୍ଚ ତରଫରୁ ଗଭୀର ଶୋକ ପ୍ରକାଶ କରାଯାଇଛିି ।
ବର୍ଷିଆନ୍ ପୁର୍ବତନ ସରପଞ୍ଚଙ୍କ ପରଲୋକ
