Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମେଟ୍ରୋରୁ ବ୍ୟାଗ୍ ନେଇ ନିଜେ ବାହାରିଲେ ପୂର୍ବତନ ପ୍ରଧାନମନ୍ତ୍ରୀ, ଭିଡିଓ ଭାଇରାଲ

ଏଭଳି ଏକ ଭିଡିଓ ସାମନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ। ଏହି ଭିଡିଓରେ ଜଣେ ପୂର୍ବତନ ପ୍ରଧାନମନ୍ତ୍ରୀ ମେଟ୍ରୋରୁ ଓହ୍ଲାଉଛନ୍ତି ଓ ନିଜର ବ୍ୟାଗ୍ ନିଜେ ଧରି ଚାଲିଚାଲି ଯାଉଛନ୍ତି। ତାଙ୍କ ପାଖରେ ଜଣେ ବି ସୁରକ୍ଷାକର୍ମୀ ନାହାନ୍ତି। ଏହି ଭିଡିଓ ଲଣ୍ଡନ ମେଟ୍ରୋର ଆଉ ଭିଡିଓରେ ଦେଖାଯାଉଥିବା ବ୍ୟକ୍ତି ପୂର୍ବତନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍।

ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି। ସମସ୍ତ ସୋସିଆଲ ମିଡିଆ ହାଣ୍ଡେଲରେ ଏହି ଭିଡିଓ ଅଲଗା ଅଲଗା କ୍ୟାପସପ୍ ସହ ସେୟାର କରାଯାଉଛି। କିଛି ଲୋକ ଲେଖିଛନ୍ତି ଏହା ହିଁ ହେଉଛି ସାଧାସିଧାପଣ। କିଛି ଲୋକ ଭାରତ ସହ ମଧ୍ୟଏହାର ତୁଳନା କରିଛନ୍ତି। ସେ ଲେଖିଛନ୍ତି, ଯଦି ଭାରତରେ କୌଣସି ବ୍ୟକ୍ତି ଗାଁର ସରପଞ୍ଚ ବି ହୋଇ ଯାଆନ୍ତି ତେବେ ତାଙ୍କ ସହ ଆଉ କିଛି ଲୋକ ସୁରକ୍ଷା ଦେବାକୁ ରହିଥାନ୍ତି। ଆଉ ଯଦି କେହି ବଡ ରାଜନୈତିକ ବ୍ୟକ୍ତି ବିଶେଷ ହୁଅନ୍ତି ତେବେ କଥା ତ ଆହୁରି ବଢିଯିବ। ତେବେ ଏ ହେଉଛି ଦେଶର ପ୍ରଧାନମନ୍ତ୍ରୀ ପଦବୀରୁ ରିଟାୟର ହୋଇଥିବା ବ୍ୟକ୍ତି। ତାଙ୍କର ଏତେ ସାଧାପଣ ସମସ୍ତଙ୍କୁ ଚକିତ କରିଛି।

ଉଲ୍ଲେଖନୀୟ ଯେ, ବୋରିସ୍ ଜନସନ୍ ବ୍ରିଟେନର ପୂର୍ବତନ ପ୍ରଧାନମନ୍ତ୍ରୀ। ସେ କଞ୍ଜରଭେଟିଭ ପାର୍ଟିର ନେତା। ବୋରିସ୍ ଜନସନ୍ ପ୍ରଥମ ଥର ଜୁଲାଇ ୨୦୧୯ ରେ ପ୍ରଧାନମନ୍ତ୍ରୀ ହୋଇଥିଲେ, କିନ୍ତୁ ତାଙ୍କର ଏହି କାର୍ଯ୍ୟକାଳ ଲମ୍ବା ନଥିଲା। ଡିସେମ୍ବର ୨୦୧୯ ରେ ସେ ଦ୍ବିତୀୟ ଥର ବ୍ରିଟେନର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହୋଇଥିଲେ। ସେ ବ୍ରିଟେନ୍ର ପ୍ରଧାନମନ୍ତଅୀ ଥିଲେ, ଯିଏକି ବ୍ରିଟିସ୍ ଟେରିଟୋରି ବାହାରର। ଦ୍ବିତୀୟ ଥର ବ୍ରିଟେନ ପ୍ରଧାନମନ୍ତ୍ରୀ ପଦରୁ ସେ ଏଥିପାଇଁ ଇସ୍ତଫା ଦେଇଥିଲେ, କାରଣ ତାଙ୍କର କ୍ୟାବିନେଟରେ ବିଦ୍ରୋହ ଦେଖିବାକୁ ମିଳିଥିଲା। ଦୁଇ ଦିନ ଭିତରେ ୪୦ ଜଣ ଇସ୍ତଫା ଦେଇ ସାରିଥିଲେ। ପ୍ରଥମ ଥର କାର୍ଯ୍ୟକାଳରେ ମଧ୍ୟ ବୋରିସ୍ ଜନସନ୍ଙ୍କ କିଛି ଏଭଳି ସ୍ଥିତି ର ସାମନା କରିବାକୁ ପଡିଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ