Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେବଳ ନିନ୍ଦା କଲେ ହେବନି, କିଛି ସାହାଯ୍ୟ ବି କର.ଏମିତି ଲେଖି ବିଦେଶ ମନ୍ତ୍ରୀଙ୍କ ହାତରେ ପୁଟିନଙ୍କୁ ଚିଠି ପଠାଇଲେ ଖାମେନି

କେବଳ ନିନ୍ଦା କଲେ ହେବନି। କିଛି ସାହାଯ୍ୟ ବି କର। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଉଦ୍ଦେଶ୍ୟରେ ଏଭଳି ଚିଠି ଲେଖି ନିଜ ବିଦେଶ ମନ୍ତ୍ରୀଙ୍କ ହାତରେ ପଠାଇଛନ୍ତି ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନି।

ଇସ୍ରାଏଲ ସହିତ ଇରାନର ଯୁଦ୍ଧ ଜାରି ରହିଥିବା ବେଳେ ଆମେରିକା ଏଥିରେ ପ୍ରବେଶ କରି ଇରାନ ଉପରେ ଆକ୍ରମଣ କରିଛି।ଏହି ଘଟଣାକୁ ରୁ​‌ଷ ନିନ୍ଦା କରିଛି। ପୂର୍ବରୁ ଇସ୍ରାଏଲ ଦ୍ଵାରା କରାଯାଇଥିବା ଆକ୍ରମଣକୁ ବି ରୁଷ ନିନ୍ଦା କରିଥିଲା। ଇରାନ ସହିତ ରୁଷ ସର୍ବଦା ରହିଛି ବୋଲି ପୁଟିନ କହିଥିଲେ।

ଏବେ ଯୁଦ୍ଧ ସ୍ଥିତି ଉଗ୍ର ରୂପ ନେଇଥିବାବେଳେ ଇରାନ ନିଜର ବନ୍ଧୁ ରାଷ୍ଟ୍ର ରୁଷଠାରୁ ସହାୟତା ଲୋଡୁଛି। ତେଣୁ ଖାମେନି ନିଜ ବୈଦେଶିକ ମନ୍ତ୍ରୀ ଅବ୍ବାସ ଅରାଘଚୀଙ୍କୁ ଚିଠି ଦେଇ ରୁଷ ପଠାଇଛନ୍ତି। ସୋମବାର ଅରାଘଚୀ ମସ୍କୋରେ ପୁଟିନଙ୍କୁ ଭେଟି ଉକ୍ତ ଚିଠି ଦେଇଛନ୍ତି। ତେବେ ଏ ସମ୍ପର୍କରେ ପୁଟିନ କ’ଣ ନିଷ୍ପତ୍ତି ନେଇଛନ୍ତି ତାହା ସାମ୍ନାକୁ ଆସିନାହିଁ। ମାତ୍ର ପୂର୍ବରୁ ରୁଷ ଇସ୍ରାଏଲ-ଇରାନ ମଧ୍ୟରେ ଉତ୍ତେଜନା ହ୍ରାସ ଲାଗି ମଧ୍ୟସ୍ଥତା କରିବା ଲାଗି ପ୍ରସ୍ତାବ ଦେଇଥିଲା। ଟ୍ରମ୍ପଙ୍କ ଆକ୍ରମଣ ମଧ୍ୟପ୍ରାଚ୍ୟରେ ହିଂସାକୁ ବଢ଼ାଇବା ଆଶଙ୍କା ଥିବାରୁ ଆଲୋଚନା ମାଧ୍ୟମରେ ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ