ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ୯ଟି ନୂଆ ମେଡିକାଲ କଲେଜ । ଏନେଇ ବଜେଟ୍ ଅନୁମୋଦନ ମିଳିଥିବା ମନ୍ତ୍ରୀ କହିଛନ୍ତି । MBBS କଲେଜ, ଡେଣ୍ଟାଲ କଲେଜ ଓ ଆୟୁର୍ବେଦିକ କଲେଜ ପ୍ରତିଷ୍ଠା ହେବ । ନୂଆ ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ଦୂର ହେବ ସ୍ୱାସ୍ଥ୍ୟ ସମସ୍ୟା ।
ରାଜ୍ୟରେ ପ୍ରତିଷ୍ଠା ହେବାକୁ ଯାଉଛି ୯ଟି ନୂଆ ମେଡିକାଲ କଲେଜ । ଜଗତସିଂହପୁର, ଭଦ୍ରକ, ଢେଙ୍କାନାଳ, ନବରଙ୍ଗପୁରରେ MBBS କଲେଜ ପ୍ରତିଷ୍ଠା ହେବ । ବୁର୍ଲା, ବ୍ରହ୍ମପୁର, କେନ୍ଦୁଝର, ବଲାଙ୍ଗିରରେ ୪ଟି ଡେଣ୍ଟାଲ୍ କଲେଜ ହେବ । ମୟୂରଭଞ୍ଜରେ ଗୋଟିଏ ଆୟୁର୍ବେଦ କଲେଜ୍ କରାଯିବ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏନେଇ ବଜେଟ୍ ଅନୁମୋଦନ ମିଳିଥିବା ସେ କହିଛନ୍ତି ।
ଏହିସବୁ ସ୍ଥାନରେ ମେଡିକାଲ କଲେଜ ନଥିବାରୁ ଅନେକ ସମସ୍ୟା ଭୋଗୁଥିଲେ ମେଡିକାଲ ଛାତ୍ରଛାତ୍ରୀ । ଦୀର୍ଘ ଦିନ ଧରି ବିଭିନ୍ନ ସ୍ଥାନରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ଦାବି ହୋଇଆସୁଥିଲା । ସରକାରଙ୍କୁ ଏହି ନିଷ୍ପତ୍ତିକୁ ସବୁ ମହଲରେ ସ୍ୱାଗତ କରାଯାଇଛି । ଏସବୁ ଜିଲ୍ଲାରେ ମେଡିକାଲ କଲେଜ ପ୍ରତିଷ୍ଠା କରାଯାଇ କାର୍ୟ୍ୟକ୍ଷମ ହେଲେ ଜିଲ୍ଲାବାସୀ ଉପକୃତ ହେବେ । ମେଡିକାଲ କଲେଜ ପ୍ରତିଷ୍ଠା ଦ୍ୱାରା ଜିଲ୍ଲାରେ ସ୍ୱାସ୍ଥ୍ୟ ସମସ୍ୟା ଦୂର ହେବ । ଚିକିତ୍ସା ପାଇଁ ଆଉ ଜିଲ୍ଲା ବାହାରକୁ ଯିବାକୁ ପଡ଼ିବ ନାହିଁ ।