Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରଶାନ୍ତ ମହାସାଗରରେ ବୁଡ଼ିଗଲା ୨୧୦୦ଟି ଯାନବାହନ ବୋଝେଇ ମାଲବାହୀ ଜାହାଜ

ପ୍ରଶାନ୍ତ ମହାସାଗରରେ ଜୁନ ମାସ ଆରମ୍ଭରେ ନିଆଁ ଲାଗିଥିବା ଏକ ମାଲବାହୀ ଜାହାଜ ବୁଡ଼ି ଯାଇଛି। ମର୍ଣ୍ଣିଂ ମିଡାସ୍ ନାମକ ଜାହାଜ ନିଆଁ ଲାଗିବା ପରେ ପରିତ୍ୟକ୍ତ ହୋଇଯାଇଥିଲା। ୨ ହଜାର ୧୦୦ଟି ଯାନବାହାନ ନେଇ ଯାଉଥିବା ଏହି ଜାହାଜରେ ୮୦୦ଟି ଇଲେକ୍ଟ୍ରିକ ଯାନ ମଧ୍ୟ ଥିଲା।

ଜାହାଜ କମ୍ପାନୀ କହିଛି ଯେ ମାଲବାହୀ ଜାହାଜଟି ଜୁନ୍ ୨୩ ତାରିଖରେ ବୁଡ଼ି ଯାଇଥିଲା।ଜୋଡିଆକ୍ ମ୍ୟାରିଟାଇମ୍ ଏକ ବିବୃତ୍ତିରେ ଆହୁରି କହିଛି ଯେ ଖରାପ ପାଣିପାଗ ଯୋଗୁ ଅଗ୍ନିକାଣ୍ଡ ଜନିତ କ୍ଷତି ବୃଦ୍ଧି ପାଇଥିଲା ଓ ପରବର୍ତ୍ତୀ ସମୟରେ ଜାହାଜ ଭିତରେ ପାଣି ପଶିଯିବାରୁ ଏହା ବୁଡ଼ି ଯାଇଥିଲା।

ଏହି ମାସର ଆରମ୍ଭରେ ମର୍ଣ୍ଣିଂ ମିଡାସ୍ ନାମକ ମାଲବାହୀ ଜାହାଜରେ ନିଆଁ ଲାଗିଯାଇଥିଲା, ପ୍ରଥମେ ଇଲେକ୍ଟ୍ରିକ୍ ଯାନବାହନ ପରିବହନ କରୁଥିବା ଏକ ଡେକରୁ ଧୂଆଁ ବାହାରୁଥିବା ଦେଖାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ