Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭୁତାପଡା ମଙ୍ଗଳା ମନ୍ଦିରରେ ନବ ଦିନାତ୍ମକ ବିଶ୍ୱ ଶାନ୍ତି ଯଜ୍ଞ ଉଦଯାପିତ

ସମ୍ବଲପୁର: ସମ୍ବଲପୁର ସହର ଭୁତାପଡା ମା’ ମଙ୍ଗଳା ମନ୍ଦିରରେ ଆଷାଢ଼ କୃଷ୍ଣ ପକ୍ଷ ଷଷ୍ଠୀ ବସୁମତୀ ସ୍ନାନ ରୁ ଆରମ୍ଭ ହୋଇଥିବା ନବ ଦିନାତ୍ମକ ବିଶ୍ୱ ଶାନ୍ତି ଯଂଜ୍ଞ ବୁଧବାର ଅମାବାସ୍ୟା ତିଥି ରେ ଉଦଯାପିତ ହୋଇଛି I ଏହି ଅବସରରେ ଆଜି ଅପରାହ୍ନ ୪ ଟା ସମୟରେ ହୋମ, ଆଳତୀ, ପୁଷ୍ପାଞ୍ଜଳି ଅନୁଷ୍ଠିତ ହୋଇଥିଲା I ଏଥିରେ ସହରର ଶତାଧିକ ମହିଳା ଓ ପୁରୁଷ ଶ୍ରଦ୍ଧାଳୁ ଅଂଶ ଗ୍ରହଣ କରିଥିଲେ I ଭୁତାପଡା ମଙ୍ଗଳା ମନ୍ଦିରର ପୂଜକ ମହେଶ୍ୱର ପଣ୍ଡା, ପଣ୍ଡିତ ଗୋପାଳ ସୁଆର, ସୁଶାନ୍ତ ପତି, ରଘୁନାଥ ପାଢ଼ୀ ପୂଜା କାର୍ଯ୍ୟ କରିଥିଲେ I ସମ୍ବଲପୁର ମହାନଗର ନିଗମ ଧୂଚୁରାପଡ଼ା ନିବାସୀ ସରୋଜ ସାହୁ ଓ ସାଗରୀକା ସାହୁ ସପତ୍ନୀକ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ I ମଙ୍ଗଳା ମନ୍ଦିର କମିଟିର ରବୀନ୍ଦ୍ର ଜେନା, ରସାନନ୍ଦ ବେହେରା, ଓମ ପ୍ରକାଶ ଦାସ, ଅସିତ ବିଶ୍ୱାଳ, ପୀତବାସ ବେହେରା ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ