Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଗଷ୍ଟ ୯ ତାରିଖ ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଟଙ୍କା

ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ଯୋଜନାର ତୃତୀୟ କିସ୍ତି ଟଙ୍କା । ଅଗଷ୍ଟ ୯ ତାରିଖରେ ମିଳିବ ସୁଭଦ୍ରା ଟଙ୍କା ।

ସୁଭଦ୍ରା ସୋସାଇଟି ର ଚତୁର୍ଥ ପରିଚାଳନା ପରିଷଦ ବୈଠକରେ ଏ ନେଇ ଦିଆଯାଇଥିବା ପ୍ରସ୍ତାବ ଗୃହିତ ହୋଇଥିବା ସୂଚନା ।

ଯେଉଁଥିରେ ଅଗଷ୍ଟ ୯ରେ ତୃତୀୟ କିସ୍ତି ପ୍ରଦାନ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି ।

ଆଗାମୀ ଦିନରେ ସୁଭଦ୍ରା ସର୍ଭେରେ ସାମିଲ ହୋଇପାରିବେ କଲେଜ ଛାତ୍ରୀ। ଆଜି ବସିଥିବା ବୈଠକରେ ନିଷ୍ପତ୍ତି । ପୂର୍ବରୁ ସୁଭଦ୍ରା ହିତାଧିକାରୀ ଯେଉଁମାନେ ଟଙ୍କା ପାଇବାରୁ ବଞ୍ଚିତ ଅଛନ୍ତି ସେମାନଙ୍କ ପାଇଁ ସର୍ଭେ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ସୁଭଦ୍ରା ହିତାଧିକାରୀ ସମ୍ପର୍କରେ ସର୍ଭେରେ କଲେଜ ଛାତ୍ରୀ ମଧ୍ୟ ସାମିଲ ହୋଇପାରିବେ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି। ଯେଉଁମାନେ ଯୋଗ୍ୟ ସେମାନଙ୍କୁ ସୁଭଦ୍ରା ଟଙ୍କା ମିଳିବ।

ସୁଭଦ୍ରା ସୋସାଇଟି ପରିଚାଳନା ପରିଷଦ ବୈଠକରେ ଏହି ନିଷ୍ପତ୍ତି ହୋଇଛି। ପଞ୍ଜୀକରଣ ପରେ ଆପ୍ଟ ଆଉଟ୍ ହୋଇଥିବା ମହିଳାଙ୍କୁ ସମ୍ୱର୍ଦ୍ଧିତ କରାଯିବ। ସୁଭଦ୍ରା ହେଲ୍ପ ଡେକ୍ସ ଆଉ ୩ ମାସ ବୃଦ୍ଧି କରିବାକୁ ବୈଠକରେ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ