ଶସ୍ତା ହେଲା ହୋଣ୍ଡାର ଇଲେକ୍ଟ୍ରିକ୍ ଆକ୍ଟିଭା, ମାତ୍ର ୬୭୮ ଟଙ୍କାରେ ମିଳିବ ବ୍ୟାଟେରୀ ରେଣ୍ଟାଲ ପ୍ଲାନ୍


ହୋଣ୍ଡା ମୋଟରସାଇକେଲ ଏଣ୍ଡ-ସ୍କୁଟର ନିଜ ଲୋକପ୍ରିୟ ସ୍କୁଟର ଇ-ଆକ୍ଟିଭା ପାଇଁ ଏକ ନୂଆ ବ୍ୟାଟେରୀ ରେଣ୍ଟାଲ ପ୍ଲାନ୍ ଲଞ୍ଚ୍ କରିଛି । ଏହି ପ୍ଲାନର ନାଁ ବାସ୍ ଲାଇଟ୍(BaaS Lite) । ଏହାର ଦାମ୍ ମାତ୍ର ୬୭୮ ଟଙ୍କା ପ୍ରତି ମାସିକ ରଖାଯାଇଛି । ଏହି ପ୍ଲାନ୍ ସେହି ଗ୍ରାହକଙ୍କ ପାଇଁ ଯେଉଁମାନେ ନିଜ ଇଲେକ୍ଟ୍ରିକ୍ ଗାଡିର ଖର୍ଚ୍ଚ କମ୍ ରଖିବାକୁ ଚାହୁଁଛନ୍ତି ।

ନୂଆ ବାସ୍ ଲାଇଟ୍ ପ୍ଲାନ୍ ଅନୁସାରେ ମାସିକ ଶୁଳ୍କ ୬୭୮ + ଜିଏସଟି । ଏହାର ଏନର୍ଜି ସୀମା ପ୍ରତି ମାସିକ ୨୦ କିଲୋଓ୍ବାଟ୍ । ଏହାର ଆନୁମାନିକ ରେଞ୍ଜ ପ୍ରାୟ ୬୦୦ କିଲୋମିଟର । ଯେଉଁମାନେ ସହର ଭିତରେ କିମ୍ବା କମ୍ ଯାତ୍ରା କରନ୍ତି ସେମାନଙ୍କ ପାଇଁ ଏହି ପ୍ଲାନ୍ ଲାଭଦାୟକ ହେବ । ଇଲେକ୍ଟ୍ରିକ୍ ଆକ୍ଟିଭାରେ ୨ ସ୍ବାପେବଲ ବ୍ୟାଟେରୀ ପ୍ୟାକ୍(୧.୫ କିଲୋଓ୍ବାଟ୍ ପ୍ରତି) ମିଳିବ । ଫୁଲ ଚାର୍ଜ କଲେ ୧୦୨ କିଲୋମିଟର ଯାତ୍ରା କରିବ । ଏହାର ଦାମ୍ ୧.୧୭ ଲକ୍ଷ ଟଙ୍କାରୁ ଆରମ୍ଭ ହେବ ଏବଂ ଟପ୍ ଭାରିଆଣ୍ଟର ମୂଲ୍ୟ ୧.୫୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯିବ ।

ହୋଣ୍ଡା ବେଙ୍ଗାଲୁରୁରେ ନିଜ ପ୍ରଥମ ଇଭି କନସେପ୍ଟ ଷ୍ଟୋର ଖୋଲିଛି ଯାହା ଭବିଷ୍ୟତର ବ୍ରାଣ୍ଡ୍ର ଝଲକ ଦର୍ଶାଉଛି । ଏଥିରେ ଏଲଇଡି ଡିସପ୍ଲେ ଇଣ୍ଟରାକ୍ଟିଭ୍ ଜୋନ୍ ରହିଛି ଯାହା ମୋଟର, ଚାର୍ଜର, ବ୍ୟାଟେରୀ ଆଦିର ସୂଚନା ଦେଉଛି । ପୂର୍ବରୁ ବାସ୍ ପ୍ଲାନ୍ ଲୋକଙ୍କୁ ମହଙ୍ଗା ଲାଗୁଥିଲା । କିନ୍ତୁ ବାସ୍ ଲାଇଟ୍ ପ୍ଲାନ୍ ଲୋକଙ୍କ ଏକ ନୂଆ ବିକଳ୍ପ ଯୋଗାଉଛି ଏବଂ ଗ୍ରାହକଙ୍କୁ ଆକୃଷ୍ଟ କରୁଛି ।