ଶ୍ରୀଶ୍ରୀ ଗୋପାଳଜୀ ମହାପ୍ରଭୁଙ୍କ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଉତ୍ସବ


ସମ୍ବଲପୁର:ଧନୁପାଲି ସ୍ଥିତଶ୍ରୀଶ୍ରୀ ଗୋପାଳଜୀ ମହାପ୍ରଭୁ ମନ୍ଦିର ତରଫରୁ ବିଧି-ନୀତି ଅନୁଯାୟୀ ଏବଂ ଜଗନ୍ନାଥ ସଂସ୍କୃତି ର ପରମ୍ପରା ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କ ନେତ୍ରୋତ୍ସବ, ନବ ଯୌବନ ଦର୍ଶନ ଉତ୍ସବ ଉତ୍ସାହ ଓ ଶ୍ରଦ୍ଧା ସହିତ ପାଳିତ ହୋଇଛି।
ଏହି ପବିତ୍ର କାର୍ଯ୍ୟକ୍ରମକୁ ଧନୁପାଲି ରଥଯାତ୍ରା ଉତ୍ସବ କମିଟି – ୨୦୨୫ ତରଫରୁ ନିୟମିତ ଭାବେ ପରିଚାଳନା କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ସଂଯୋଜକ ଶରତ ଚନ୍ଦ୍ର ପାଢ଼ୀ, ସଭାପତି ବିଦେଶୀ ସାନବଡ, କାର୍ଯ୍ୟକାରୀ ସଭାପତି ଦେବାଶିଷ ପୁରୋହିତ, ସମ୍ପାଦକ ଦିଲୀପ କୁମାର ମହାପାତ୍ର, ସହ ସମ୍ପାଦକ ଆଲୋକ କୁମାର ଗୁରୁ ଓ କୋଷାଧ୍ୟକ୍ଷ ଚୈତନ୍ୟ ନାୟକ ପ୍ରମୁଖ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ। ସମସ୍ତ ଜଗନ୍ନାଥ ଭକ୍ତ ଓ ଧନୁପାଲି ଅଞ୍ଚଳବାସୀଙ୍କ ସହଯୋଗରେ ଏହି ଉତ୍ସବ ରେ ମହା ସମାରୋହ ରେ ପାଳିତ ହୋଇଥିଲା ଓ ଉକ୍ତ କାର୍ଯ୍ୟକ୍ରମ ରେ ଜଗନ୍ନାଥ ସଂସ୍କୃତି ପ୍ରତି ଅଗାଧ ଆସ୍ଥା ଓ ସମ୍ମାନ ପରିଲକ୍ଷିତ ହୋଇଥିଲା।
କମିଟି ର ଉପସଭାପତି ସୌରଭ ରଞ୍ଜନ ମହାପାତ୍ର, ଶ୍ରୀମତୀ ରାସେଶ୍ୱରୀ ଗୁରୁ ଓ ସନ୍ତୋଷ ଗୁରୁ ପୂଜା ଅର୍ଚ୍ଚନା କାର୍ଯ୍ୟରେ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିଲେ। ପୂଜା ବିଧି କୁ ପଣ୍ଡିତ ମନମୋହନ ପାଣିଗ୍ରାହୀ ଓ ରବିନାରାୟଣ ପଣ୍ଡା ପ୍ରମୁଖ ସଞ୍ଚାଳନ କରିଥିଲେ।