Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଛରେ ପିଟି ହେଲା କାର୍ ; ଦୁଇ ଭାଇ ମୃତ, ୧ ଗୁରୁତର

ଗଛରେ ପିଟି ହେଲା କାର୍ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝରିଗାଁ ଥାନା ଅନ୍ତର୍ଗତ ଝରିଗାଁ-ଡ଼ାବୁଗାଁ ମୁଖ୍ୟ ରାସ୍ତାରେ ଥିବା ଡାଇନିଗୁଡ଼ା ଗ୍ରାମ ନିକଟରେ । ରାସ୍ତା କଡ଼ରେ ଥିବା ଗଛରେ କାର୍ ପିଟି ହେବା ଯୋଗୁଁ ଘଟଣାସ୍ଥଳରେ ଦୁଇ ଭାଇଙ୍କ ମୃତ ହୋଇଥିବା ବେଳେ ସମ୍ପର୍କୀୟ ଭାଇ ଗୁରୁତର ହୋଇଥିବା ଜଣାପଡିଛି।

ମୃତକ ହେଲେ ଝରିଗାଁ ସିରାଗୁଡା ସାହିର ଚମ୍ପକ ଲାଲ ଜୈନଙ୍କ ପୁଅ ସାଗର ଜୈନ(୨୧), ସ୍ୱର୍ଗତ ମହାବୀର ଜୈନଙ୍କ ପୁଅ ଅଙ୍କୁର ଜୈନ(୩୦) । ଗୁରୁତର ହେଲେ ମନମୋହନ ଜୈନଙ୍କ ପୁଅ କ୍ରିସ ଜୈନ(୧୮) । ସୂଚନା ଅନୁସାରେ, ସାଗର ଜୈନ , ଅଙ୍କୁର ଜୈନ ଏବଂ କ୍ରିସ ଜୈନ ଆଜି ସନ୍ଧ୍ୟା ସମୟରେ ଗାଡିରେ କୌଣସି ଏକ କାମରେ ଫୁପୁଗାଁ ରାସ୍ତାରେ ଯାଉଥିଲେ। ତେବେ ଡାଇନିଗୁଡ଼ା ଗ୍ରାମ ନିକଟରେ ଗାଡିଟି ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ତେନ୍ତୁଳି ଗଛ ଏବଂ ଆମ୍ବ ଗଛ ସହ ଧକ୍କା ହୋଇଥିଲା। ଫଳରେ ଘଟଣାସ୍ଥଳରେ ସାଗର ଏବଂ ଅଙ୍କୁରଙ୍କ ମୃତ୍ୟୁ ହୋଇଥିବାବେଳେ କ୍ରିସ ଗୁରୁତର ହୋଇଥିଲେ। ଦୁର୍ଘଟଣା ପରେ ଝରିଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ସାଗର ଜୈନ ଏବଂ ଅଙ୍କୁର ଜୈନଙ୍କୁ ଡାକ୍ତର ମୃତ ଘୋଷଣା କରିଥିବାବେଳେ କ୍ରିସ ଜୈନଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ