Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଧର୍ମେନ୍ଦ୍ର ପ୍ରଧାନ ଫେନ କ୍ଲବ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଙ୍କ ଜନ୍ମଦିନ ପାଳନ

ସମ୍ବଲପୁର:ସମ୍ବଲପୁର ଠାରେ ଧର୍ମେନ୍ଦ୍ର ପ୍ରଧାନ ଫେନ କ୍ଳବ ପକ୍ଷରୁ କେନ୍ଦ୍ରମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନଙ୍କ ୫୬ ତମ ଜନ୍ମଦିନ ଧୂମଧାମ ପାଳନ କରାଯାଇଛି l ଏହି ଅବସରରେ ପ୍ରଥମେ ପଶ୍ଚିମ ଓଡ଼ିଶାର ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀ ଙ୍କ ମନ୍ଦିର ଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଦୀର୍ଘାୟୁ କାମନା କରାଯାଇ ଦୀପ ପ୍ରଜ୍ଜୁଳନ କରାଯାଇଥିଲା l ତାପରେ ରେଲୱେ କମିନିଟି ସେଣ୍ଟର ଠାରେ ବିଶାଳ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା l ଏହି ଶିବିରରେ ୧୧୬ ୟୁନିଟ ରକ୍ତ ବୁର୍ଲା ରକ୍ତଭଣ୍ଡାର ଦ୍ୱାରା ସଂଗ୍ରହ କରଯାଇଛି l ଏହି ରକ୍ତଦାନ ଶିବିର କୁ ମୁଖ୍ୟ ଅତିଥି ଭାବରେ ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଳ ଉଦଘାଟନ କରିଥିବା ବେଳେ ଜିଲ୍ଲା କୃଷକ ମୋର୍ଚା ସଭାପତି ସମୀର ରଞ୍ଜନ ବାବୁ ଉପସ୍ଥିତ ଥିଲେ ଏବଂ ରକ୍ତଦାତା ମାନଙ୍କୁ ମାନପତ୍ର ଦେଇ ଉତ୍ସlହିତ କରିଥିଲେ l
ପରେ ଧର୍ମେନ୍ଦ୍ର ପ୍ରଧାନ ଫେନ କ୍ଳବପକ୍ଷରୁ ଦୁଇଶହ ପଚାଶ ରୁ ଉର୍ଧ୍ଵ ବୃଦ୍ଧ ବୃଦ୍ଧା ମାନଙ୍କୁ ଛତା ବଣ୍ଟନ କରାଯାଇଥିଲା ତାପରେ କ୍ଲବ ପକ୍ଷରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା l ଉକ୍ତ କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ସମ୍ବଲପୁର ଜିଲ୍ଲlପାଳ ସି୍ଧେଶ୍ୱର ବଳିରାମ ବୋନ୍ଦର, ମହାନଗର ନିଗମ କମିଶନର ଶ୍ରୀ ବେଦଭୂଷଣ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ମୁକେଶ କୁମାର ଭାମୁ ଯୋଗଦାନ କରି ବୃକ୍ଷ ରୋପଣ କରିଥିଲେ l ଏହି କାର୍ଯ୍ୟକ୍ରମ କ୍ଲବ ର ରବି ପ୍ରଧାନ ଙ୍କ ଦ୍ଵାର ସଂଯୋଜନା କରାଯଇଥିବା ବେଳେ ରାମଦାସ ପଣ୍ଡା ସହଯୋଗ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ସୁବୀର ପଲ, ହେମା ଏକା, ଦେବାଶିଷ ଶତପଥି, ଅଶୋକ ରାଉତ, ଶିବବ୍ରତ ଦାସ, ବବଲୁ ସାହୁ, ଶୁଭମ ବେହେରା, ସୁମିତ ସାହୁ, ରାକେଶ ମହାନ୍ତି, ସମୀର ମହାରଣା, ଯଜ୍ଜୁ ତିୱାରୀ, ମୁନ୍ନା ତିୱାରୀ, ଭୋପାଲ ବାଘେଲ, ପବିତ୍ର ଦେଓ, ଆନନ୍ଦ ଆଜାଦିୱାଲ, କୃଷ୍ଣ ସାହୁ, ସୁବ୍ରତ ପଣ୍ଡା, ମାନସ ବକ୍ସି, ସନ୍ତୋଷ ବେହେରା, ସଂଜେ ଠାକୁର, ପବିତ୍ର ଦେଓ, ସୁବ୍ରତ ପଣ୍ଡା, ଅଜିତ ବେହେରl ନିଗମାନନ୍ଦ ମହାନ୍ତି, ରବି ପଣ୍ଡା, ପ୍ରଦୀପ ବେହେରା, ପ୍ରଭାସ ଶ୍ରୀବlସ ପ୍ରହ୍ଲାଦ ରେଡି ଏବଂ ଭାରତୀୟ ଜନତା ପାର୍ଟି ର ଆହୁରି ଅନେକ ସଦସ୍ୟ ଉପସ୍ଥିତ ରହି ସହଯୋଗ କରିଥିଲେ l
ଅନ୍ୟପକ୍ଷରେ ଗୁରୁବାର ହେଇଛି ସମ୍ବଲପୁର ସାଂସଦ ତଥା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଙ୍କ ଜନ୍ମଦିନ । ଭାରତର ଯଶଶ୍ଵି ପ୍ରଧାନମନ୍ତ୍ରୀ ଙ୍କ ଠୁଁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀଗଣ, ମୁଖ୍ୟମନ୍ତ୍ରୀଗଣ, ବିଜେପି ନେତୃମଣ୍ଡଳୀ, କାର୍ଯ୍ୟକର୍ତ୍ତା, ସମର୍ଥକ ଯାଏଁ ସବୁଆଡୁ ଶୁଭେଚ୍ଛା ଓ ଶୁଭକାମନା ର ବାର୍ତ୍ତା ର ସୁଅ ଛୁଟିଛି । ବିଭିନ୍ନ ଅନୁଷ୍ଠାନ ପ୍ରତିଷ୍ଠାନ ପକ୍ଷରୁ ବିବିଧ ଉପାୟରେ ତାଙ୍କର ଜନ୍ମଦିନ ପାଳନ କରିଛନ୍ତି ।
ଏହି ମର୍ମ ରେ ବିଜେପି ପକ୍ଷରୁ କଚେରୀ ରୋଡ ସ୍ଥିତ ବିଜେପି କାର୍ଯ୍ୟଳୟ ରେ ତାଙ୍କର ଜନ୍ମଦିନ ପାଳନ କରଯାଇଥିଲା । କେକ୍ କାଟିବା, ଜନ୍ମଦିନ ଶୁଭେଚ୍ଛା ଗୀତ ଗାନ ସହିତ ମିଷ୍ଟାନ୍ନ ବଣ୍ଟନ କରଯାଇଥିଲା ।
ଆଜିର କାର୍ଯକ୍ରମ ରେ ସୁଶ୍ରୀ ଶୁଭଶ୍ରୀ ମିଶ୍ର, ସବିତା ନନ୍ଦ, କବିତା ବେହେରା, ଦୁବରାଜ ପାଣିଗ୍ରାହି ଅନିଲ ବେହେରା, ସମିର ରଞ୍ଜନ ବାବୁ, ମନସ ରଞ୍ଜନ ବକ୍ସି, ଫଣି ଭୂଷଣ ମିଶ୍ର, ସୁଧୀର ରଞ୍ଜନ ବହିଦାର, ମୁକେଶ ଜରିୱାଲ, ମୋହନ ଦାଶ, ଅଜିତ ବେହେରା, ଦୀପକ ଦାସ, ଗୋପାଲ ଅଗ୍ରୱାଲ, ଅନାମୀ ବାରିକ, ଧିରଜ୍ କରାଲି, ପଞ୍ଚାନନ ତ୍ରିପାଠୀ, କଳ୍ପେଶ୍ୱର୍ ପ୍ରଧାନ, ଅଭିଷେକ କରାଲି ସୁନିଲ ମହାରଣା, ସୁବ୍ରତ ପାଣିଗ୍ରାହୀ, ବାବଲୁ ଶର୍ମା, ସିଦ୍ଧାର୍ଥ ବହିଦାର, ଅରୁଣ ଦାସ ପ୍ରମୁଖ ସାମିଲ୍ ଥିଲେ।
ସେହିପରି ପଡିଆବାହାଲ, ପଧାନପାଲି ପ୍ରଭୃତି ସ୍ଥାନରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଜନ୍ମ ଦିନକୁ ବହୁ ଉତ୍ସାହର ସହିତ ପାଳନ କରାଯାଇଛି। ବାହାମ ପଞ୍ଚାୟତ ପକ୍ଷରୁ ଜୟଦୁର୍ଗା ମହାବିଦ୍ୟାଳୟ ରେ ବୃକ୍ଷରୋପଣ ସହିତ ପଡ଼ିଆବାହାଲ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଣ୍ଟନ କରାଯାଇଥିଲା। ଏଥିରେ ବାହାମ ସରପଞ୍ଚ ଶ୍ରୀମତୀ ସରସ୍ୱତୀ ଭୋସାଗର, ପ୍ରମୋଦ କୁମାର ମିଶ୍ର,ଟିକି ପ୍ରଧାନ, ଦେବାନନ୍ଦ ଭୋସାଗର, ନରେଶ ପ୍ରଧାନ, ବିଜେପି ମଣ୍ଡଳ ସଭାପତି ଆକାଶ ମିଶ୍ର, ସମାଜସେବୀ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ସୌମ୍ୟ ରଞ୍ଜନ ବଡ଼ପଣ୍ଡା ପ୍ରମୁଖ ଙ୍କ ସହିତ ମହାବିଦ୍ୟାଳର କର୍ମଚାରୀ ଓ ଶିକ୍ଷାର୍ଥୀ ମାନେ ଅଂଶଗ୍ରହଣ କରିଥିଲେ। ରାତିରେ ବୁଲା ଗାଇ ଗୋରୁଙ୍କୁ ଲଷ୍ମୀ ଟକିଜ ଓ ଜେଲଖାନା ଛକରେ ଡାକ୍ତର ରାଜାରାମ ଷଡ଼ଙ୍ଗୀ, ସୁଚରିତା ଷଡ଼ଙ୍ଗୀ, ସାମ୍ବାଦିକ ଗୁଣନିଧି ବିଶ୍ୱାଳ ରୁଟି ଦେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ଶତାୟୁ ଆୟୁଷ ପାଇଁ ଗୋମାତା ଙ୍କ ଆଶୀର୍ବାଦ ନେଇଥିଲେ। ସେହିପରି ଜରାଙ୍ଗ ଗ୍ରାମରେ ମିତ୍ରଭାନୁ ପ୍ରଧାନଙ୍କ ନେତୃତରେ ଏକ ମେଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories