ସମ୍ବଲପୁର : ମା ପାଇଁ ଗଛ ଟିଏ ଅଭିଯାନ ଅନ୍ତର୍ଗତ ଆଜି ସମ୍ବଲପୁରରେ ଏକ ବୃହତ ବୃକ୍ଷରୋପଣ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ୧୦ ହଜାର ବୃକ୍ଷ ରୋପଣ ହୋଇଥିଲା । ମାନ୍ୟବର କେନ୍ଦ୍ର ଶିକ୍ଷାମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଓଡ଼ିଶାର ରାଜ୍ୟ ମନ୍ତ୍ରୀ (ଉଚ୍ଚ ଶିକ୍ଷା, କ୍ରୀଡ଼ା, ଯୁବ ସେବା, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି) ଶ୍ରୀ ସୂର୍ଯ୍ୟବଂଶୀ ସୁରଜ, ଝାରସୁଗୁଡ଼ା ବିଧାୟକ ଶ୍ରୀ ଟଙ୍କାଧର ତ୍ରିପାଠୀ, ପୋଲିସ ଆଇ.ଜି ଶ୍ରୀ ହିମାଂଶୁ ଲାଲ , ସମ୍ବଲପୁର ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ୱର ବଳିରାମ ବୋନ୍ଦର , ଆରକ୍ଷୀ ଅଧିକ୍ଷକ ଶ୍ରୀ ମୁକେଶ ଭାମୁ, ସମ୍ବଲପୁର ମହାନଗର ନିଗମ ର ଆୟୁକ୍ତ ଶ୍ରୀ ଭେଦ ଭୂଷଣ ପ୍ରମୁଖ ଉପସ୍ଥିତ ଥିଲେ।
ମାନ୍ୟବର କେନ୍ଦ୍ରୀୟ ଶିକ୍ଷା ମନ୍ତ୍ରୀ ଶ୍ରୀ ପ୍ରଧାନ ରଥଯାତ୍ରା ଅବସରରେ ସମସ୍ତଙ୍କୁ ଶୁଭେଚ୍ଛା ଜଣାଇଲେ । ସେ କହିଲେ ଯେ ଏହି ଅଭିଯାନ ଦୀପାବଳି ପର୍ଯ୍ୟନ୍ତ ଚାଲିବ ଓ ସମ୍ବଲପୁର ଜିଲ୍ଲାରେ ୧ ଲକ୍ଷ ବୃକ୍ଷ ରୋପଣ କରାଯିବ। ସେ କହିଥିଲେ ଯେ ,ନୂଆଖାଇ, ସମଲେଶ୍ୱରୀ ମନ୍ଦିର, ମହାନଦୀ ଓ ଶୀତଳଷଷ୍ଠୀ ପାଇଁ ପରିଚିତ ସମ୍ବଲପୁର, ବୃକ୍ଷ ରୋପଣ ଓ ପରିବେଶ ସୁରକ୍ଷାରେ ମଧ୍ୟ ଦେଶରେ ଚର୍ଚ୍ଚିତ ହେବା ଉଚିତ। ସିଙ୍ଗଲ ୟୁଜ ପ୍ଲାଷ୍ଟିକ ବ୍ୟବହାର କୁ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ ।
ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଲେ, “ଭାରତୀୟ ସଂସ୍କୃତିରେ ମାଆଙ୍କୁ ଯେପରି ସମ୍ମାନ ଦିଆଯାଏ ସେହିପରି ପ୍ରକୃତି ମାତାଙ୍କୁ ମଧ୍ୟ ସମ୍ମାନ ବେଵା । ବିକଶିତ ଓଡିଶା ର ସ୍ବପ୍ନ ତେବେ ହିଁ ସାକାର ହେବ ଯେବେ ଆମେ ପ୍ରାକୃତି କୁ ଉପଯୁକ୍ତ ସୁରକ୍ଷା ଦେବୁ । ଆଜି ୧୦ ହଜାର ବୃକ୍ଷ ଲଗା ଯିବା ପାଇଁ ସଂକଳ୍ପ ନିଆ ହୋଇଛି।ତେବେ ତାକୁ ବଞ୍ଚାଇବା ପାଇଁ ଭି ସଂକଳ୍ପ ନିଆଯାଉ ବୋଲି ସେ କହିଥିଲେ ।
ମାନ୍ୟବର ବିଧାୟକ ଝାରସୁଗୁଡା ଶ୍ରୀ ଟଙ୍କାଧର ତ୍ରିପାଠୀ ବୃକ୍ଷରୋପଣ ଓ ତାର ସୁରକ୍ଷା ପ୍ରତି ଲୋକଙ୍କ ଦାୟିତ୍ୱ ବଢ଼ିବା ଦରକାର ବୋଲି ନିଜ ଅଭିଭାଷଣ ରେ କହିଥିଲେ ।
ଏହି ଅବସରରେ ପରିବେଶ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ପାଇଁ ପ୍ରକୃତି ବନ୍ଧୁ ଜେମା ମେହେର ଓ ପ୍ରକାସିନୀ ନାଏକ ଙ୍କୁ ସମ୍ମାନିତ କରାଯାଇଥିଲା।
ମା ପାଇଁ ଗଛ ଟିଏ : ଦଶ ହଜାର ବୃକ୍ଷ ରୋପଣ
