Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସ ଟ୍ରକ୍ ମୁହାଁ ମୁହିଁ ଧକ୍କା, ବସ ଚାଳକ ଗୁରୁତର

ଜମନକିରା : ଜମନକିରା ଥାନା ଗୌଡପାଲି ଫାଣ୍ଡି ଅନ୍ତର୍ଗତ ବଡରମା ଘାଟି ଜାତୀୟ ରାଜପଥ ୫୩ ରେ ଆଜି ଅପରାହ୍ନ ସାଢେ଼ ୧ ଟା ସମୟରେ ସମ୍ବଲପୁର କୁ ଯାଉଥିବା ଏକ ନୀଳାଚଳ ନାମକ ଘରୋଇ ବସ୍ ( ଓଡି ୧୫ ଜି ୫୪୫୫) ସହ ବିପରୀତ ଦିଗ ମୁମ୍ବାଇ ରୁ ଆସୁଥିବା ଟ୍ରଲର ( ଏନଏଲ ୦୧ ଏଡି ୪୧୯୮) ସହ ମୁହାମୁହିଁ ଧକ୍କା ହେବା ଫଳରେ ବସ୍ ଚାଳକ ର ଗୋଡ଼ ଭାଙ୍ଗି ଯାଇଥିବା ବେଳେ ଗୁରୁତର ଥିବା ଥାନା ଅଧିକାରୀ ପଦ୍ମାଳୟା ସାହୁ ପ୍ରକାଶ କରିଛନ୍ତି। ଘଟଣା ସ୍ଥଳକୁ ପୋଲିସ ଓ ଅଗ୍ନିଶମ ବାହିନୀର କର୍ମଚାରୀ ପହଞ୍ଚି ଉଦ୍ଧାର କାମ ଜାରି ରଖିଥିଲେ। ତେବେ ଦୁଇ ଥାକିଆ ରାସ୍ତା ଯୋଗୁଁ ଏଠାରେ ବାରମ୍ବାର ଦୁର୍ଘଟଣା ଘଟୁଛି। ଆଜି ଏହି ଦୁଘଟଣା ହେବା ଫଳରେ ଉଭୟ ପଟରେ ବହୁ ଗାଡ଼ି ଛିଡ଼ା ହୋଇଥିବା ଦେଖା ଯାଇଥିଲା। ଅନ୍ୟ ବସ୍ ର ଯାତ୍ରୀ ମାନେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ରାସ୍ତା ସମସ୍ୟା ସମ୍ପର୍କରେ ବାରମ୍ବାର ଦାବି ହୋଇ ଆସୁଥିଲେ ସୁଦ୍ଧା କୌଣସି ପ୍ରତିକାର କରାଯାଉ ନଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଦୁର୍ଘଟଣାରେ ବସ ର ୫ ଜଣ ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ଜଣା ଯାଇଛି। ଏନେଇ ଜମନକିରା ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ