Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ ନିର୍ବାଚନ।

,ହାଟଡିହି ରବିବାର ଓଡ଼ିଶା ମାଧ୍ୟମିକ ଶିକ୍ଷକ ସଂଘ (ଓଷ୍ଟା) ପକ୍ଷରୁ କେନ୍ଦୁଝର ଠାରେ କର୍ଯ୍ୟ କର୍ତ୍ତା ନିମନ୍ତେ ଶିକ୍ଷକ ନିର୍ବାଚନ ଅନୁଷ୍ଠିତ ହୋଇଛି। ଏଥିରେ ହାଟଡିହି ବ୍ଲକ ରୁ ସଭାପତି ପଦ ପାଇଁ ଶିକ୍ଷକ ମନ୍ମଥ ନାଥ ମହାନ୍ତ ଉପ ସଭାପତି ସୁଧାକର ପଣ୍ଡା, ପୁଷ୍ପାଞ୍ଜଳି ମିଶ୍ର, ସମ୍ପାଦକ ପଦ ପାଇଁ ଶିକ୍ଷକ ରଞ୍ଜନ କୁମାର ଘଡେ଼ଇ ଯୁଗ୍ମ ସମ୍ପାଦକ ପଦ ପାଇଁ ଶିକ୍ଷକ ଅନିରୁଦ୍ଧ ସେଠୀ ଅଜ୍ଞାନ କୁମାର ଚାନ୍ଦ, ଯୁଗ୍ମ ସମ୍ପାଦକ ମହିଳା ଲାବଣ୍ୟ ବତି କାର୍ଯ୍ୟକାରୀ ସଭ୍ୟ ଦିଲୀପ ମହାନ୍ତ ଙ୍କୁ ସଂଘ ର ଶିକ୍ଷକ ମାନେ ଭୋଟ ଦେଇ ନିର୍ବାଚନ କରିବା ପରେ ସମସ୍ତ ବ୍ଲକ ରୁ ସାଧାରଣ ସଭ୍ୟ ଚୟନ ହୋଇଥିଲେ। ଏହି ସଂଘ ଆଗକୁ ଶିକ୍ଷକ ମାନଙ୍କର ସମସ୍ୟା ସମାଧାନ ଓ ଛାତ୍ର ଛାତ୍ରୀ ମାନଙ୍କୁ ନୂତନ ଭାବେ ଗଠିତ କରିବ ବୋଲି କେନ୍ଦୁଝର ଜିଲ୍ଲାର ଶିକ୍ଷକ ମାନେ ଆଶା ପ୍ରକାଶ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ