Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ

ସମ୍ବଲପୁର:ଜିଲ୍ଲା ଯୋଜନା ଓ ପର୍ଯ୍ୟଲୋଚନା କାର୍ଯ୍ୟାଳୟର ଆନୁକୁଲ୍ୟରେ ସମ୍ବଲପୁର ଜିଲ୍ଲା ପରିଷଦ କାର୍ଯ୍ୟାଳୟ ପରିସରରେ ୧୯ ତମ ଜାତୀୟ ପରିସଂଖ୍ୟାନ ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ଜିଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ପ୍ରସନ୍ନ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବା ବେଳେ ସମ୍ବଲପୁର ସ୍ଥିତ ଏନଏସଓ କାର୍ଯ୍ୟାଳୟ ର ଉପ ନିର୍ଦ୍ଦେଶକ ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ, ଉତ୍ତରାଞ୍ଚଳ ପରିସଂଖ୍ୟାନ କାର୍ଯ୍ୟାଳୟର ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀ ସଂଜୟ କୁମାର ନନ୍ଦ ସଭାପତିତ୍ବ କରିଥିବା ସମୟରେ ଜିଲ୍ଲାର ବିଭିନ୍ନ କାର୍ଯ୍ୟଳୟର ଅଧିକାରୀବୃନ୍ଦ ମଧ୍ୟ ଯୋଗ ଦେଇଥିଲେ l ଏହି ଅବସରରେ ସମ୍ବଲପୁର ବିଶ୍ୱବିଦ୍ୟାଳୟର ପ୍ରଫେସର୍ ମୋନାଲିସା ପଟ୍ଟନାୟକ ଏବଂ ଗଙ୍ଗାଧର ମେହେର ବିଶଵବିଦ୍ୟାଳୟର ସହକାରୀ ପ୍ରଫେସର ଡ. ନିରୁପମା ସାହୁ ପରିସଂଖ୍ୟାନ ସମ୍ବନ୍ଧୀୟ ଦୁଇଗୋଟି ସେମିନାର ପେପର ଉପସ୍ଥାପନା କରିଥିଲେ l ସମ୍ବଲପୁର ଜିଲ୍ଲାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଯୋଗଦାନ କରି ଅନୁଷ୍ଠିତ ହୋଇଥିବା ପ୍ରତିଯୋଗିତା ପାଇଁ ଅତିଥିମାନଙ୍କ ଦ୍ଵାରା ପୁରସ୍କୃତ ହୋଇଥିଲେ l ଉପସ୍ଥିତ ବୁଦ୍ଧିଜୀବୀ ମାନେ ପ୍ରଫେସର ପ୍ରଶାନ୍ତ ଚନ୍ଦ୍ର ମହଲାନୋବିସଙ୍କର ଜାତୀୟ ପରିସଂଖ୍ୟାନ ଏବଂ ସାମାଜିକ ଅର୍ଥନତିକ ଯୋଜନା ପ୍ରତି ତାଙ୍କର ମହାନ ଅବଦାନକୁ ସ୍ମରଣ କରି ତାଙ୍କ ବିରାଟ ବ୍ୟକ୍ତିତ୍ଵ ନିକଟରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ l ଯୋଜନା ଓ ପରିସଂଖ୍ୟାନର ଉପ ନିର୍ଦ୍ଦେଶକ ଶ୍ରୀ ପ୍ରକାଶ କୁମାର ଦେଓ କାର୍ଯ୍ୟକ୍ରମକୁ ସଞ୍ଚାଳନ କରିଥିବା ସମୟରେ ପରିସଂଖ୍ୟାନ ସହ ନିର୍ଦ୍ଦେଶିକା ଇତିଶ୍ରୀ ପ୍ରିୟଦର୍ଶିନୀ ଉପସ୍ଥିତି ଅଥିତିବୃନ୍ଦ ଏବଂ ସମସ୍ତ କର୍ଯ୍ୟକର୍ତାଙ୍କୁ ପରିଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ