Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରେଢାଖୋଲ ବ୍ଲକ ଠାରେ ଜନ ଅଭିଯୋଗ ଶୁଣାଣି, ସ୍କୁଲ ପରିଦର୍ଶନ, ବିଭିନ୍ନ ପ୍ରକଳ୍ପର ସମୀକ୍ଷା

ସମ୍ବଲପୁର:ଆଜି ରେଢାଖୋଲ ବ୍ଲକ କାର୍ଯ୍ୟାଳୟରେ ସମ୍ବଲପୁର ଜିଲ୍ଲାପାଳ ଏବଂ ସମ୍ବଲପୁର ଏସ.ପି ଙ୍କ ର ମିଳିତ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି | ଉକ୍ତ ଅଭିଯୋଗ ଶୁଣାଣି ଠାରେ ମୋଟ ୪୪ଟି ଆବେଦନ ଗ୍ରହଣ କରାଯାଇ ଥିଲା ଯେଉଁଥିରୁ ୩୯ଟି ଆବେଦନ ବ୍ୟକ୍ତିଗତ ସମ୍ବନ୍ଧୀୟ ଥିବା ବେଳେ, ୦୫ଟି ସମସ୍ୟା ଗ୍ରାମୀୟ ସମସ୍ୟା ସହିତ ଜଡିତ ଥିଲା।୦୩ଟି ଅଭିଯୋଗ, ଅନୁଷ୍ଠିତ ଅଭିଯୋଗ ଶୁଣାଣି ଠାରେ ସମାଧାନ କରାଗଲା । ଆଜି ଅଭିଯୋଗ ଶୁଣାଣି ଶେଷ ହେବା ପରେ ଜିଲ୍ଲାପାଳ ରେଢାଖୋଲ ଆଦର୍ଶ ବିଦ୍ୟାଳୟ, ବଡବାହଲ ଉଚ୍ଚବିଦ୍ୟାଳୟ ପରିଦର୍ଶନ କରିଥିଲେ ଏବଂ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନଙ୍କ ସହିତ ଆଲୋଚନା କରିଥିଲେ। କଲ୍ୟାଣ ମଣ୍ଡପ, ପ୍ରସାଦ ସେବନ ଗୃହ,କଦଳୀଗଡ ୱାଟର ଫିଲ୍ଟର ବିଲ୍ଡିଂ, କନ୍ଧରା ଭୀମଭୋଇ ପ୍ରକଳ୍ପ ବୁଲି ସମୀକ୍ଷା କରିବା ସହ ଜିଲ୍ଲାପାଳ ସେଠାକାର ଲୋକମାନଙ୍କ ଓ ବୁଣାକାର ମାନଙ୍କସହ ସାକ୍ଷାତ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ