Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ସମନ୍ୱୟ ବୈଠକ

ସମ୍ବଲପୁରର ସର୍ବପୁରାତନ ନନ୍ଦପଡା ଶୀତଳଷଷ୍ଠୀ ଯାତ୍ରା କମିଟି ତରଫରୁ ଏକ ସମନ୍ୱୟ ବୈଠକ ଆୟୋଜିତ ହୋଇଯାଇଛି । ଆଗାମୀ ଶୀତଳଷଷ୍ଠୀ ଯାତ୍ରାର ସଫଳ ଆୟୋଜନ ନିମନ୍ତେ କମିଟିର ବରିଷ୍ଠ ସଦସ୍ୟ ଗୋଲକ ବିହାରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ନନ୍ଦପଡା ସ୍ଥିତ ବାବା ବାଲୁଙ୍କେଶ୍ୱର ଙ୍କ ମନ୍ଦିର ପ୍ରାଙ୍ଗଣରେ ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା । ନନ୍ଦପଡାରୁ ଶୀତଳଷଷ୍ଠୀର ଦେବ ଦମ୍ପତ୍ତି ଙ୍କ ଯୁବଳ ଦର୍ଶନ ଭବ୍ୟ ଶୋଭାଯାତ୍ରା ବାହାରୁ ଥିବା ବେଳେ ଏହା ହାଟପଡା, ଦଲେଇପଡା, ମୁ୍ୟନିସିପାଲିଟି ଛକ, ଶକ୍ତି ସଂଘ ଛକ, ବୈଦ୍ୟନାଥ ଛକ, କଂସାରିପଡା, ମହାନ୍ତିପଡା ଦେଇ ନନ୍ଦପଡାକୁ ପ୍ରତ୍ୟାବର୍ତ୍ତନ କରିଥାଏ । ଏଣୁ ଯାତ୍ରା ଯାଉଥିବା ରୁଟରେ ଥିବା ସମସ୍ତ ପଡା ଗୁଡିକର ମୁରବୀ ଶ୍ରେଣୀ ବ୍ୟକ୍ତି ମାନଙ୍କୁ ନେଇ ଏହି ସମନ୍ୱୟ ବୈଠକ ଆୟୋଜିତ ହୋଇଥିଲା । ବୈଠକରେ ସମସ୍ତେ ଉତ୍ସାହର ସହିତ ସାମିଲ ହେବା ସହିତ ଯାତ୍ରାର ଆୟୋଜନ ଠାରୁ ନେଇ ବିଭିନ୍ନ ସେବା କାର୍ଯ୍ୟକ୍ରମ ଗୁଡିକ ଆଦିରେ ଜଡିତ ରହିବେ ବୋଲି ପ୍ରତିଶୃତି ବୈଠକରେ ଯାତ୍ରା କମିଟିକୁ ଦେଇଛନ୍ତି । ଏହି ବୈଠକରେ ଦଲେଇପଡାର ଗୋକୁଳ ମେହେର, ସିଦ୍ଧାର୍ଥ ସାହା, ବିମଳ ବେରିହା, ଅଭିଷେକ ବାଗ, ଅକାଶ ଖମାରୀ, ଏମଡି ସନାଉଲ୍ଲା, ହାଟପଡାର ବିଜୁ ସେଟ, ବିଶ୍ୱଜିତ ଦେହୁରୀ, ପ୍ରକାଶ ଚନ୍ଦ୍ର କଟୱାଲ, କଂସାରୀପଡାର ମିଲନ ମହାରଣା, ସରୋଜ ମହାରଣା, ଗୋବିନ୍ଦ ଅଗ୍ରୱାଲ, ମହାନ୍ତିପଡାର ବିନୟ କୁମାର ଦାନୀ, ଗୋପାଳ ପୃଷେଠ, ଜଗନ୍ନାଥ କାଓ, ପ୍ରମୋଦ ରଞ୍ଜନ ବିଶ୍ୱାଳ, ଲୋକନାଥ ମିଶ୍ର, ରତନ ବହିଦାର, ଗିରିଶ ପଟେଲ, ଟୁନା କଟୱାଲ ଙ୍କ ସମେତ ଅନ୍ୟ ମାନେ ବୈଠକରେ ସାମିଲ ହୋଇ ସୁଚିନ୍ତିତ ମତାମତ ପୋଷଣ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ