ସମ୍ବଲପୁର: ସମ୍ବଲପୁର ଜିଲ୍ଲା ରେ ଟିବି ବା ଯକ୍ଷ୍ମା ରୋଗ ଏବେ ବଡ଼ ସମସ୍ୟା ଭାବେ ଉଭା ହୋଇଛି l ସ୍ୱାସ୍ଥ୍ୟ ବିଭାଗ ର ସଚେତନତା ସତ୍ୱେ ସମ୍ବଲପୁର ଜିଲ୍ଲାର ର ସହର ରୁ ଗ୍ରାମାଞ୍ଚଳ ରେ ଏହାର କାୟା ବିସ୍ତାର କରିବାରେ ଲାଗୁଛି l ସରକାରୀ ସ୍ତର ରେ ମିଳିଥିବା ସୂଚନା ମୁତାବକ ଗ୍ରାମାଞ୍ଚଳ ରେ ତ ଏହି ରୋଗ ଅଛି ତେବେ ସମ୍ବଲପୁର ସହର ରେ ଗ୍ରାମାଞ୍ଚଳ ଅପେକ୍ଷା ଅଧିକ ରୋଗୀ ଥିବା ତଥ୍ୟ ରୁ ଜଣା ପଡୁଛି l ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଗତ ଜାନୁଆରୀ ରୁ ଜୁନ ମାସ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ରେ ୧୨୪୩ ଯକ୍ଷ୍ମା ରୋଗୀ ଚିହ୍ନଟ ହୋଇଥିବା ବେଳେ ଏଥିରୁ ୮୧୬ ଜଣ ସମ୍ବଲପୁର ଜିଲ୍ଲା ର ଅଟନ୍ତି l ବାକି ଚିହ୍ନଟ ରୋଗୀ ସବୁ ବିଭିନ୍ନ ଜିଲ୍ଲା ରୁ ବୁର୍ଲା ଭୀମସାର ମେଡିକାଲ କୁ ଚିକିତ୍ସା ପାଇଁ ଆସିଥିଲେ l
ତେବେ କେଵଳ ଚଳିତ ବର୍ଷ ନୁହେଁ ବିଗତ ୫ ରୁ ୬ ବର୍ଷ ହେଲା ସମ୍ବଲପୁର ଜିଲ୍ଲା ର ଗ୍ରାମାଞ୍ଚଳ ଅପେକ୍ଷା ସହରାଞ୍ଚଳ ରେ ଅଧିକ ରୋଗୀ ଚିହ୍ନଟ ହେଉଥିବା ଡାଟା କହୁଛି l ୨୦୧୯ ମାସିହାରେ ସମ୍ବଲପୁର ଜିଲ୍ଲା ରେ ୧୭୪୯ ଜଣ ରୋଗୀ ଚିହ୍ନଟ ହୋଇଥିଲେ l ଏଥିରୁ ସମ୍ବଲପୁର ସହର ରେ ୯୫୬ ଜଣ ରୋଗୀ ହୋଇଥିବା ବେଳେ ରେଙ୍ଗାଲି ବ୍ଲକ ଅଞ୍ଚଳର ୧୪୫ ଜଣ ରୋଗୀ ଥିଲେ l ୨୦୨୦ ମସିହାରେ ୧୪୨୧ ଜଣ ରୋଗୀ ଚିହ୍ନଟ ହୋଇଥିଲେ ଏଥିରୁ ୭୫୮ ଜଣ ସମ୍ବଲପୁର ସହର ର ହୋଇଥିବା ବେଳେ ରେଙ୍ଗାଲି ର ଥିଲେ ୧୩୧ ଜଣ l ଠିକ ସେହିପରି ୨୦୨୧ ମସିହାରେ ଜିଲ୍ଲାରେ ରୋଗୀ ସଂଖ୍ୟା ୧୭୭୫ ହୋଇଥିବା ବେଳେ ଏଥିରୁ ସମ୍ବଲପୁର ସହର ର ୯୪୮ ଜଣ ରୋଗୀ ଥିଲେ ଓ ରେଙ୍ଗାଲି ର ରୋଗୀ ଥିଲେ ୧୫୯ ଜଣ l ୨୦୨୨ ମସିହାରେ ସମ୍ବଲପୁର ଜିଲ୍ଲା ରେ ମୋଟ ରୋଗୀ ଙ୍କ ସଂଖ୍ୟା ୧୭୭୫ ଜଣ ଥିବା ବେଳେ ଏଥିରୁ ସମ୍ବଲପୁର ସହର ର ରୋଗୀ ଥିଲେ ୯୪୮ ଜଣ ଓ ରେଙ୍ଗାଲି ର ରୋଗୀ ସଂଖ୍ୟା ଥିଲା ୧୫୯ ଜଣ l ୨୦୨୩ ରେ ମସିହାରେ ଜିଲ୍ଲା ର ମୋଟ ରୋଗୀ ସଂଖ୍ୟା ୨୨୩୧ ଜଣ ଥିବା ବେଳେ ଏଥିରୁ ସମ୍ବଲପୁର ସହର ର ରୋଗୀ ସଂଖ୍ୟା ୧୩୦୨ ଜଣ ଓ ରେଙ୍ଗାଲି ର ରୋଗୀ ସଂଖ୍ୟା ୨୦୩ ଜଣ ଥିଲେ l ୨୦୨୪ ମସିହାରେ ସମ୍ବଲପୁର ଜିଲ୍ଲା ରେ ମୋଟ ରୋଗୀ ସଂଖ୍ୟା ୧୯୬୧ ଜଣ ଥିବା ବେଳେ ଏଥିରୁ ସମ୍ବଲପୁର ସହର ର ରୋଗୀ ସଂଖ୍ୟା ଥିଲା ୯୭୫ ଜଣ ଓ ରେଙ୍ଗାଲି ର ରୋଗୀ ସଂଖ୍ୟା ଥିଲା ୨୧୮ ଜଣ l ଆଉ ଚଳିତ ବର୍ଷ ଜାନୁଆରୀ ରୁ ଜୁନ ୧୦ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ଜିଲ୍ଲା ରେ ମୋଟ ରୋଗୀ ସଂଖ୍ୟା ୯୬୪ ଜଣ ଥିବା ବେଳେ ଏଥିରୁ ସମ୍ବଲପୁର ଜିଲ୍ଲା ର ରୋଗୀ ସଂଖ୍ୟା ୫୨୩ ଜଣ ଓ ରେଙ୍ଗାଲି ର ରୋଗୀ ସଂଖ୍ୟା ୭୮ ଜଣ ଅଛନ୍ତି l ଏହି ତଥ୍ୟ ଉପରେ ନଜର ପକେଇଲେ ଏହା ଜଣା ପଡୁଛି ଯେ ଜିଲ୍ଲା ରେ ସମ୍ବଲପୁର ସହର ରେ ସର୍ବାଧିକ ରୋଗୀ ଚିହ୍ନଟ ହୋଇଥିବା ବେଳେ ରେଙ୍ଗାଲି ବ୍ଲକ ଅଞ୍ଚଳ ଦ୍ଵିତୀୟ ସ୍ଥାନରେ ରହିଛି l ତେବେ କଣ ପାଇଁ ସଚେତନତା ସତ୍ୱେ ସହର ରେ ଅଧିକ ଲୋକ ଟିବି ରୋଗରେ ଆକ୍ରାନ୍ତ ହେଉଛନ୍ତି l
ଏନେଇ ବୁର୍ଲା ଭୀମସାର ମେଡିକାଲ ର ସହକାରୀ ପ୍ରଫେସର ସଞ୍ଜୀବ ମିଶ୍ର କୁହନ୍ତି ମୁଖ୍ୟତଃ ଆର୍ଥିକ ଅନଗ୍ରସର ଲୋକଙ୍କ ଠାରେ ଏହି ରୋଗ ଅଧିକ ଦେଖା ଦେଇଥାଏ l କାରଣ ସେମାନଙ୍କ ଠାରେ ପୌଷ୍ଟିକ ଖାଦ୍ୟ ର ଅଭାବ ଥାଏ l ଫଳରେ ସେମାନଙ୍କ ରୋଗ ପ୍ରତିରୋଧକ ଶକ୍ତି କମ ଥାଏ l ଏହା ସହ ସେମାନେ ଛୋଟ ଛୋଟ ଚାଳ ଘରେ ରହୁଥିବା ବେଳେ ଗୋଟିଏ କୋଠରୀ ରେ ୪ ରୁ ଅଧିକ ଲୋକ ରୁହନ୍ତି l ଫଳରେ ଘରେ ବାୟୁ ପ୍ରଦୂଷଣ ଅଧିକ ହୋଇଥାଏ ଓ ରୋଗ ଅଧିକ ସଂକ୍ରମିତ ହୋଇଥାଏ l ତେଣୁ ସହର ର ବସ୍ତି ଅଞ୍ଚଳରେ ଏହି ରୋଗ ଅଧିକ ଦେଖା ଯାଉଛି l ଅନ୍ୟପଟେ ଯେଉଁ ଅଞ୍ଚଳରେ ବାୟୁ ପ୍ରଦୂଷଣ ଅଧିକ ଥାଏ ସେହି ଅଞ୍ଚଳ ମାନଙ୍କ ରେ ମଧ୍ୟ ଏହି ରୋଗ ଅଧିକ ହୋଇଥାଏ l ତେଣୁ ସମ୍ବଲପୁର ଜିଲ୍ଲା ର ରେଙ୍ଗାଲି ଅଞ୍ଚଳ ଯାହା ଶିଳ୍ପ ବହୁଳ ଅଟେ ସେହି ଅଞ୍ଚଳରେ ଜିଲ୍ଲା ର ଦ୍ଵିତୀୟ ସର୍ବାଧିକ ରୋଗୀ ଚିହ୍ନଟ ହେଉଛନ୍ତି l
କଣ ରହିଛି ରୋଗର ଲକ୍ଷଣ-:
ଭୀମସାର ର ସହକାରୀ ପ୍ରଫେସର ସଞ୍ଜୀବ ମିଶ୍ର ଏହାର ଲକ୍ଷଣ ନେଇ କୁହନ୍ତି ଯେ ଏହି ରୋଗ ହେଲେ ରୋଗୀ କୁ କାଶ ହୋଇଥାଏ l ସନ୍ଧ୍ୟା ସମୟରେ ରୋଗୀ କୁ ଜ୍ୱର ହୋଇଥାଏ l ରୋଗୀର ଓଜନ ୬ ମାସ ରେ ୧୦% କମିଯାଇଥାଏ l ରୋଗୀ କୁ ଖାଦ୍ୟ ରୁଚିକର ଲାଗିନଥାଏ l ମୁଖ୍ୟତଃ ଏହି ରୋଗ ହେଲେ କାଶ ହୋଇଥାଏ l ପାରମ୍ପରିକ ଔଷଧ ରେ ଏହି କାଶ ଛାଡିବନି l ଆଉ ୧୪ ଦିନ ରୁ ଅଧିକ କାଶ ହେଲେ ଏହା ଟିବି ର ସମ୍ଭାବନା କୁହାଯାଏ l ଏହି ରୋଗ କୁ ପାଲମୋନାରୀ ଟିବି ର ଲକ୍ଷଣ l ଅନ୍ୟପଟେ ଏକ୍ସଟ୍ରା ପାଲମୋନାରୀ ଟିଭି ହେଲେ ବହୁ ଦିନ ଧରି ଜ୍ୱର ହୋଇଥାଏ l କୌଣସି ଔଷଧ ରେ ଜ୍ୱର ଛାଡିନଥାଏ ।
କଣ ରହିଛି ରୋଗର କାରଣ-:
ଏହି ରୋଗର କାରଣ ନେଇ ଶ୍ରୀଯୁକ୍ତ ମିଶ୍ର କୁହନ୍ତି ଯେ ଏହି ରୋଗ ମାଇକ୍ରୋବ୍ୟାକଟେରୀୟମ ଟ୍ୟୁଵରକଲୋଲୋସିସ ନାମକ ବ୍ୟାକଟେରିଆ ଯୋଗୁଁ ହୋଇଥାଏ l ପାରମ୍ପରିକ ତଥ୍ୟ ଅନୁସାରେ ଆମ ଦେଶର ୩୦ ରୁ ୩୫% ଲୋକଙ୍କ ଦେହରେ ଏହି ବ୍ୟକଟେରିଆ ର ସଂକ୍ରମଣ ରହିଥାଏ l ତେବେ କୌଣସି ଲୋକ ର ପ୍ରତିରୋଧକ ଶକ୍ତି ହ୍ରାସ ପାଇଲେ ଏହି ରୋଗ ର ଲକ୍ଷଣ ବାହାରି ଥାଏ l ଏହି ରୋଗ ସମ୍ବଲପୁର ସହର ର ବସତି ଅଞ୍ଚଳ ଓ ରେଙ୍ଗାଲି ପରି ଶିଳ୍ପ ଅଞ୍ଚଳରେ ଅଧିକ ପରିମାଣ ରେ ଦେଖିବାକୁ ମିଳୁଛି l
ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହି ରୋଗ ନିୟନ୍ତ୍ରଣ ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି-:
ଜିଲ୍ଲା ପ୍ରଶାସନ ପକ୍ଷରୁ ଟିବି ରୋଗ କୁ ନିୟନ୍ତ୍ରଣ କରିବା ତଥା ରୋଗୀ ଙ୍କୁ ଚିକିତ୍ସା ପାଇଁ ଏନଟିଇପି ପ୍ରୋଗ୍ରାମ ଜରିଆରେ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି l ଏନେଇ ସମ୍ବଲପୁର ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ ର ଜିଲ୍ଲା ପ୍ରୋଗ୍ରାମ ସଂଯୋଜକ, ଏନଟିଇପି କଲ୍ୟାଣୀ ବାରିକ କୁହନ୍ତି ଯେ ଡ଼ିସେମ୍ବର ୨୫ ରୁ ଟିବି ମୁକ୍ତ ଭାରତ ଅଭିଯାନ ଜାରି ରହିଛି l ଏହି ଅଭିଯାନ ଜରିଆରେ ଅନେକ ପଦକ୍ଷେପ ନିଆଯାଇଛି l ଆମର ଟିମ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଲକ୍ଷଣ ଥିବା ରୋଗୀ ଙ୍କ କଫ ପରୀକ୍ଷା କରିବା ସହ ରୋଗୀ ଙ୍କ ଏକ୍ସ ରେ ମଧ୍ୟ କରୁଛନ୍ତି ଓ ରୋଗୀ ଙ୍କୁ ମାଗଣା ଔଷଧ ଦିଆ ଯାଉଛି l ରୋଗୀ ଚିହ୍ନଟ ହେବା ପରେ ପରିବାର ର ସବୁ ସଦସ୍ୟ ଙ୍କ ସହ ପଡୋଶୀ ଙ୍କ ଟିବି ପରୀକ୍ଷା କରାଯାଉଛି l ଏହା ସହ ଜଣେ ଟିବି ରୋଗୀ ଙ୍କୁ ପୁଷ୍ଟିକର ଖାଦ୍ୟ ର ଆବଶ୍ୟକ ଥିବାରୁ ରୋଗୀ ତଥା ତାଙ୍କ ପରିବାର ବର୍ଗ କୁ ପୌଷ୍ଟିକ ଆହାର ଯୋଗେଇବା ପାଇଁ ପ୍ରତ୍ୟେକ ମାସ ଫୁଡ ବାସ୍କେଟ ପ୍ରଦାନ କରାଯାଉଛି l ଏଥିରେ ଡାଲି, ମାଣ୍ଡିଆ, ଅଟା, ସୋୟାବିନ ବଡି, ମିଳକ ପାଉଡର ଆଦି ପ୍ରଦାନ କରାଯାଉଛି l ସ୍ଥାନୀୟ ଶିଳ୍ପ ଅନୁଷ୍ଠାନ ମାନଙ୍କ ସହାୟତା ରେ ଏହା ପ୍ରଦାନ କରାଯାଉଛି l ରୋଗୀ ଙ୍କୁ ପ୍ରତ୍ୟେକ ମାସ ଔଷଧ ସହ ୬ ହଜାର ଟଙ୍କା ପ୍ରଦାନ କରାଯାଉଛି ଓ ରୋଗୀ ଙ୍କୁ ଔଷଧ ଖୁଆଇବା ପାଇଁ ସ୍ଥାନୀୟ ଆଶା ଦିଦି ଙ୍କୁ ୧ ହଜାର ଟଙ୍କା ଦିଆ ଯାଉଛି l ଗୋଟିଏ ରୋଗୀ ଙ୍କୁ ଚିହ୍ନଟ କଲେ ଆଶା ଦିଦି କୁ ୫୦୦ ଟଙ୍କା ପ୍ରଦାନ କରାଯାଉଛି l ଏହା ସହ ବିଭିନ୍ନ କାର୍ଯ୍ୟକ୍ରମ ମାଧ୍ୟମ ରେ ସଚେତନତା କରାଯାଉଛି।
ସମ୍ବଲପୁର ଜିଲ୍ଲାରେ ଯକ୍ଷ୍ମାରୋଗ:ରେଙ୍ଗାଲି ଶିଳ୍ପାଞ୍ଚଳରେ ସର୍ବାଧିକ ରୋଗୀ ଚିହ୍ନଟ
