ଆଜି ଝାରସୁଗୁଡାର ନୂଆ ବିଧାୟିକା ଭାବେ ଶପଥ ନେବେ ଦୀପାଳି


ଭୁବନେଶ୍ବର: ଆଜି ଝାରସୁଗୁଡାର ନୂଆ ବିଧାୟିକା ଭାବେ ଶପଥ ଗ୍ରହଣ କରିବେ ଦୀପାଳି ଦାସ । ଆଜି ଦିନ ୧୦ଟା ୩୦ରେ ଉପବାଚସ୍ପତିଙ୍କ ଉପସ୍ଥିତିରେ ଦୀପାଳି ଶପଥ ପାଠ କରିବେ। ବାଚସ୍ପତି ପଦରୁ ବିକ୍ରମ କେଶରୀ ଆରୁଖ ଇସ୍ତଫା ଦେଇଥିବାରୁ ଉପବାଚସ୍ପତି ରଜନିକାନ୍ତ ସିଂହ ଦୀପାଳିଙ୍କୁ ବିଧାୟିକା ଭାବେ ଶପଥପାଠ କରାଇବେ ।

ଏନେଇ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଦୀପାଳି ଦାସ । ଝାରସୁଗୁଡା ଉପନିର୍ବାଚନରେ ବାପା ନବ ଦାସଙ୍କୁ ପଛରେ ପକାଇ ରେକର୍ଡ ସଂଖ୍ୟକ ଭୋଟରେ ବିଜୟ ଲାଭ କରିଥିଲେ ଦୀପାଳି। ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ସହ ବାପା ଛାଡ଼ିଯାଇଥିବା ଅଧୁରା କାମକୁ ସେ ପୂରଣ କରିବେ ।