Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜିଠୁ ଆରମ୍ଭ ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା

ଭୁବନେଶ୍ବର: ଆଜିଠୁ ଆରମ୍ଭ ଭୁବନେଶ୍ୱରରୁ ଦୁବାଇକୁ ବିମାନ ସେବା । ଏହାର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ଉଡିବ ବିମାନ। ଏଥିପାଇଁ ସରିଛି ସବୁ ପ୍ରସ୍ତୁତି। ଟିକେଟ ବୁକିଂ ବି ହୋଇଛି। ସନ୍ଧ୍ୟା ୬ଟା ୩୦ ମିନିଟରେ ଭୁବନେଶ୍ୱରରୁ ଦୁବାଇକୁ ଉଡିବ ପ୍ରଥମ ବିମାନ।

ସୂଚନା ଅନୁଯାୟୀ ଟିକେଟ ମୂଲ୍ୟକୁ ନେଇ କିଛି ଦ୍ବନ୍ଦ୍ବ ଦେଖାଦେଇଥିବା ଜଣାପଡିଛି। ଦୁବାଇକୁ ଯିବା ଏବଂ ଆସିବା ଟିକେଟ ମୂଲ୍ୟ ରାଜ୍ୟ ସରକାର ୨୦ ହଜାର ଟଙ୍କା ଧାର୍ଯ୍ୟ କରିଛନ୍ତି। ହେଲେ ବୁକିଂ ‌ବେଳେ ଏହାର ମୂଲ୍ୟ ୨୦ ହଜାର ପରିବର୍ତ୍ତେ ୨୬ ହଜାର ଦେଖଉଥିବା ଜଣାପଡ଼ିଛି। ଯିବା ପାଇଁ ୧୦ ହଜାର ଏବଂ ଆସିବା ପାଇଁ ୧୦ ହଜାର ଲେଖାଏଁ ମୋଟ ୨୦ ହଜାର ଟଙ୍କା ପଡିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ