Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସରକାରୀ ଜମି ଜବରଦଖଲ: ଦଲାଲ,ତହସିଲ କର୍ମଚାରୀ ମାଲେମାଲ

ସମ୍ବଲପୁର :ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ସମସ୍ତ ତହସିଲଦାରଙ୍କୁ କଡ଼ା ନିର୍ଦ୍ଦେଶ ଜାରି କରିବା ସହିତ ଏହାର ସଫଳ ରୂପାୟନ ପାଇଁ ବାରମ୍ବାର ତାଗିଦ୍ କରି ଆସୁଛନ୍ତି।ହେଲେ ରାଜସ୍ୱ ମନ୍ତ୍ରୀଙ୍କ କଡ଼ା ଆଭିମୁଖ୍ୟ ସତ୍ତ୍ଵେ ରେଙ୍ଗାଲି ତହସିଲ ଅଞ୍ଚଳରେ ପ୍ରତିଯୋଗିତା ଭିତ୍ତିରେ ସରକାରୀ ଜମି
ଜବରଦଖଲ ଜୋରସୋରରେ ଚାଲିଛି । ବିଶେଷତଃ ରେଙ୍ଗାଲି
ଶିଳ୍ପାଞ୍ଚଳରେ ଜବରଦଖଲ ଦ୍ରୁତ ଗତିରେ ବୃଦ୍ଧି ପାଉଥ‌ିବା
ଅଭିଯୋଗ ହେଉଛି । ସରକାରୀ ଜମି ଜବରଦଖଲରେ ସ୍ଥାନୀୟ
ଲୋକଙ୍କ ଅପେକ୍ଷା ଜିଲା ବାହାର ଓ ରାଜ୍ୟ ବାହାର ଲୋକ ଆଗୁଆ ଥ‌ିବାର କୁହାଯାଉଛି। ରେଙ୍ଗାଲି ଅଞ୍ଚଳରେ ପ୍ରତିଷ୍ଠିତ
ବିଭିନ୍ନ କଳକାରଖାନାରେ ଚାକିରି ପାଇଁ ଆସିଥିବା ବାହାର ଅଞ୍ଚଳର ଲୋକେ କଳେବଳେ କୌଶଳେ ସରକାରୀ ଜମି ଅକ୍ତିଆର କରି ଅଫିସ ଛୁଟି ରହୁଥ‌ିବା ଦିନ ମାନଙ୍କରେ ଯୁଦ୍ଧ
କାଳିନ ଭିଭିରେ ଘର ତିଆରି କରୁଥିବା ନଜରକୁ ଆସୁଛି।
ହେଲେ ଖୋଲାଖୋଲି ଏଭଳି ଜବରଦଖଲ ଚାଲିଥିଲେ ହେଁ
ତାହା ଉଚ୍ଛେଦ କରିବାରେ ତହସିଲଦାର ବିଫଳ ହୋଇଥିବା ଅଭିଯୋଗ ହେଉଛି। ସରକାରୀ ଜମିରେ ବେଆଇନ କୋଠାବାଡ଼ି ନିର୍ମାଣ କରିଥିବା ତଥାକଥିତ ଜବରଦଖଲକାରୀଙ୍କ
ଘରକୁ ବିଜୁଳି ଓ ପାଣି ସଂଯୋଗ କରାଯାଉଥିବା ସଚେତନ ନାଗରିକଙ୍କୁ ଆଶ୍ଚର୍ଯ୍ୟ କରୁଛି। ଆବାସ ଯୋଜନାରେ ଘର
ପାଉଥ‌ିବା ଭୂମିହୀନ ଗରିବଙ୍କୁ ୫ ଡିସମିଲ୍ ଜମି ଦେଲା
ବେଳକୁ ରାଜସ୍ୱ ବିଭାଗ କେତେ ଆଇନ୍ କାନୁନ୍ ଦେଖାଉ ଥ‌ିବା ବେଳେ ରାଜ୍ୟବାହାର ଓ ଜିଲ୍ଲା ବାହାର ଲୋକ ଏଠାକୁ
ଆସି ସରକାରୀ ଜମି ଜବରଦଖଲ କରି ଖୁବ୍ ଆରାମରେ ଘର ତିଆରି କରୁଛନ୍ତି। ଏମିତିରେ ଅଞ୍ଚଳର ରାଜସ୍ୱ ବିଭାଗ ମୁଖ୍ୟ ତହସିଲଦାର ନିରବଦ୍ରଷ୍ଟା କାହିଁକି ବୋଲି ପ୍ରଶ୍ନ ଉଠୁଛି।
ଗୋଟିଏ ପଟେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ପାଇଁ ରାଜସ୍ୱ ମନ୍ତ୍ରୀ କଡ଼ା ଆଭିମୁଖ୍ୟ ଗ୍ରହଣ କରୁଥ‌ିବା ବେଳେ ଏଠି ମନ୍ତ୍ରୀଙ୍କ ଆଭିମୁଖ୍ୟ ଓ ନିର୍ଦ୍ଦେଶକୁ ଭୃକ୍ଷେପ ନକରି ଜବରଦଖଲ ଅବ୍ୟାହତ ରହିଛି। ଏମିତିରେ ସରକାରୀ ଜମିରୁ ଜବରଦଖଲ ଉଚ୍ଛେଦ ଏକ ପ୍ରହସନ ପାଲଟିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ