Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଏସିଆନ ଗେମ ପାଇଁ ଭାରତୀୟ ଦଳର ଚୟନ ଶିବିର ପାଇଁ ମନୋନୀତ ହେଲେ ସମ୍ବଲପୁର ଝିଅ ପ୍ରିୟଙ୍କା ପ୍ରଧାନ

ସମ୍ବଲପୁର:ସମ୍ବଲପୁର ୟଙ୍ଗ ବଏଜ଼ ଆସୋସିଏସନ ର କବାଡି ଖେଳାଳି ପ୍ରିୟଙ୍କା ପ୍ରଧାନ ଆସନ୍ତା ୨୨ ଅକ୍ଟୋବର ଠାରୁ ୩୧ ଅକ୍ଟୋବର ୨୦୨୫ ତାରିଖ ପର୍ଯ୍ୟନ୍ତ ବାହାରିନ ରେ ହେବାକୁ ଥିବା ତୃତୀୟ ୟୁଥ ଏସିଆନ ଗେମରେ ଭାରତୀୟ ଦଳର ଚୟନ ଶିବିର ଯୋଗ ଦେବାକୁ ମନୋନୀତ ହୋଇଥିବା ନେଇ ସୁଚନା ମିଳିଛି। ଏନେଇ ସମ୍ବଲପୁର କବାଡି କ୍ଲବର ଯୁଗ୍ମ ସମ୍ପାଦକ ରାମଦାସ ପଣ୍ଡା ଶନିବାର ସୁଚନା ଦେଇଛନ୍ତି। ମିଳିଥିବା ସୁଚନା ଅନୁସାରେ ସମ୍ବଲପୁର ଜିଲ୍ଳାରୁ ପ୍ରଥମ ଝିଅ କବାଡି ଖେଳାଳି ହିସାବରେ ମନୋନୀତ ହୋଇ ସେ ଇତିହାସ ସୃଷ୍ଟି କରିଛନ୍ତି। ଏଥିପାଇଁ ପ୍ରିୟଙ୍କା ପ୍ରଧାନଙ୍କୁ ସବୁ ମହଲରୁ ଶୁଭେଚ୍ଛା ତଥା ଅଭିନନ୍ଦନ ଜ୍ଞାପନ କରାଯାଉଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ