Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଦ୍ୟୁତ୍ ଆଘାତରେ ନାବାଳକ ଙ୍କ ମୃତ୍ୟୁ

ସମ୍ବଲପୁର:ଅଇଁଠାପାଲି ଥାନା ଅନ୍ତର୍ଗତ ଭାଲୁପାଲି ଛକରେ ବିଦ୍ୟୁତ୍ ଆଘାତରେ ଜଣେ ନାବାଳକ ମୃତୁ୍ୟବରଣ କରିଥିବାର ଅଭିଯୋଗ ହୋଇଛି। ଏନେଇ ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବହିଦାର ନୁଆପାଲି ନିବାସୀ ଚିନ୍ତାମଣି କୁମୁରାଙ୍କ ୧୪ ବର୍ଷିୟ ନାବାଳକ ପୁତ୍ର ପ୍ରତିକ ତାର ସାଙ୍ଗ ମାନଙ୍କ ସହିତ ଶନିବାର ରାତ୍ରି ପ୍ରାୟ ସାଢ଼େ ୭ ଟା ସମୟରେ ରାସ୍ତା କଡରେ ଲାଗିଥିବା ଏକ ଲାଇଟିଂ ଥିବା ସାଇନ ବୋର୍ଡର ଖୁଣ୍ଟରେ ନାବାଳକଙ୍କ ହାତ ବାଜିଯିବାରୁ ବିଜୁଳି ଝଟକା ଲାଗିବାରୁ ସେ ଗୁରୁତର ଆହତ ହୋଇ ତଳେ ପଡି ଯାଇଥିଲେ। ତେବେ ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ସମ୍ବଲପୁର ଜିଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯିବାରୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଅଇଁଠାପାଲି ଥାନାରେ ଏକ ଅପମର୍ତ୍ୟୁ ମାମଲା ରୁଜୁ ହୋଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ