Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ହିଣ୍ଡାଲକୋ ପାୱାର ଶ୍ରମିକ ସଂଗଠନ ନିର୍ବାଚନରେ ଏଚଏମ୍ଏସ୍ ବିଜୟୀ

ସମ୍ବଲପୁର:ହୀରାକୁଦ ହିଣ୍ଡାଲକୋ ପାୱାର ରେ ହୋଇଥିବା ଶ୍ରମିକ ସଂଗଠନ ନିର୍ବାଚନରେ ହିନ୍ଦ୍ ମଜଦୂର ସଭା ସହିତ ସହ ବନ୍ଧିତ ଇଣ୍ଡଲ ହୀରାକୁଦ ପାୱାର ୱାର୍କର୍ସ ୟୁନିଅନ୍ ଏ ଆଇ ଟି ୟୁ ସି କୁ ପରାସ୍ତ କରି ବିଜୟୀ ହୋଇଛି।
ହୀରାକୁଦ ଠାରେ ଥିବା ଶିଳ୍ପ ସଂସ୍ଥା ହିଣ୍ଡାଲକୋ ର ପାୱାର ୟୁନିଟ୍ ରେ ଆଜି ଶ୍ରମିକ ସଂଗଠନ ର ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ଏଇ ୟୁନିଟ୍ ରେ ତିନୋଟି ଶ୍ରମିକ ସଂଗଠନ ଥିବା ବେଳେ ଇଣ୍ଡଲ୍ ପାୱାର ୱାର୍କର୍ସ ୟୁନିଅନ୍ (HMS) ୫୫.୪୨ ପ୍ରତିଶତ ଭୋଟ ପାଇଥିବା ବେଲେ, ଏ ଆଇ ଟି ୟୁସି ୪୧ ପ୍ରତିଶତ ଭୋଟ ପାଇଥିଲା। ବିଜୟୀ ଶ୍ରମିକ ସଂଗଠନ ରେ ଶ୍ରୀ ସଂଜିତ୍ ମହାନ୍ତି ଉପଦେଷ୍ଟା ଥିବା ବେଳେ, ଶ୍ରୀ ମହମ୍ମଦ ମୁର୍ତୁଜା ସଭାପତି, ଶ୍ରୀ ରୋଷନ୍ ସିଂହ କାର୍ଯ୍ୟକାରୀ ସଭାପତି, ଶ୍ରୀ ଯୋଗେନ୍ଦ୍ର ବେହେରା ସାଧରଣ ସଂପାଦକ ଦାୟିତ୍ୱ ରେ ଅଛନ୍ତି । ଆଜିର ଏହି ବିଜୟ ପରେ ହିଣ୍ଡାଲକୋ ମୁଖ୍ୟ ଗେଟ୍ ରୁ ଏକ ଶୋଭାଯାତ୍ରା ରେ ୟୁନିଅନ କାର୍ଯ୍ୟାଳୟ କୁ ଯାଇ ଏକ ସଭା ଅନୁଷ୍ଠିତ ହେଇଥିଲା। ଏହି ଶ୍ରମିକ ସଂଗଠନ ଆଗାମୀ ଦିନରେ ଶ୍ରମିକ ମାନଙ୍କ ଅଧିକାର ଓ ସ୍ୱାର୍ଥ ପାଇଁ କାର୍ଯ୍ୟ କରିବା ସହିତ ଏହି ଶିଳ୍ପ ସଂସ୍ଥା ରେ ଅବସର ନେବା ବୟସ କୁ ୫୮ ରୁ ୬୦ କରିବା ପାଇଁ ଓ ହୀରାକୁଦ ରେ CBSC ବିଦ୍ୟାଳୟ ସ୍ଥାପନ ପାଇଁ ଚେଷ୍ଠା କରାଯିବ ବୋଲି ଉପଦେଷ୍ଟା ଶ୍ରୀ ସଂଜିତ ମହାନ୍ତି ପ୍ରକାଶ କରିଥିଲେ। ଶ୍ରମିକ ମାନଙ୍କର ବିମା ରାଶି ବଢେଇବା, ନୂତନ ବାସ ଗୃହ ନିର୍ମାଣ ଓ ଅନ୍ୟାନ୍ୟ ଦାବି ଉପରେ ସଂଘ କାର୍ଯ୍ୟ କରିବ ବୋଲି ସଂଘ ର ସଭାପତି ଶ୍ରୀ ମହମ୍ମଦ ମୂର୍ତୁଜା ପ୍ରକାଶ କରିଥିଲେ। ଏହି ସଭା ରେ ଦୂର୍ଯ୍ୟ ମହାନ୍ତି, ମିଲନ ହୋତା, ତୁଷାର ନାଥ, ଜିତୁ ମିଶ୍ର, ବିଭୂତି ଦାସ, ଜିକୁନ ପାତ୍ର, ବିଷ୍ଣୁ ମହାନ୍ତି, ପୂର୍ଣ୍ଣ ବିଶୋଇ, ହୃଦାନନ୍ଦ ପରିଜା, ବିଭୂତି ପାଣିଗ୍ରାହୀ, ଜଗନ୍ନାଥ ଦାସ, ରଂଜନ ଡାକୁଆ, ବଳରାମ ପ୍ରଧାନ, ମନୋଜ ବିଶ୍ଵାଳ, ପ୍ରଫୁଲ୍ଲ ନାୟକ, ହରେକୁଷ୍ଣ ସାହା, ସଞ୍ଜୀବ ବାରିକ, ହେମନ୍ତ ମକର, ପ୍ରଣବ ସାହୁ,ଦୂଷମନ୍ତ ପରିଡା, ନିଲୁ ସାହୁ, ସୁମିତ ପଟେଲ,ଉତ୍ତମ ବାଗ, କୁନ ବାଗ, ଚୁମନ ପ୍ରଧାନ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories