Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ବିଧାୟିକା ଭାବେ ଶପଥ ନେଲେ ଦୀପାଳି

ଭୁବନେଶ୍ବର: ଝାରସୁଗୁଡାର ନୂଆ ବିଧାୟିକା ଦୀପାଳି ଦାସ । ଝାରସୁଗୁଡାର ନୂଆ ବିଧାୟିକା ଭାବେ ଶପଥ ନେଲେ ଦୀପାଳି ଦାସ। ଉପବାଚସ୍ପତି ତାଙ୍କୁ ଶପଥପାଠ କରାଇଥିଲେ। ନବ ଦାସଙ୍କ ମୃତ୍ୟୁ ପରେ ଝାରସୁଗୁଡା ଆସନ ଖାଲି ପଡ଼ିଥିଲା। ଯାହାକୁ ଅକ୍ତିଆର କରିଛନ୍ତି ତାଙ୍କ ଝିଅ ଦୀପାଳି ଦାସ। ସେ ନିକଟତମ ବଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀଙ୍କୁ ୪୮,୭୨୧ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।

ବିଧାୟିକା ଭାବେ ଶପଥ ନେବା ପରେ ଦୀପାଳି ନିଜର ବକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି, ସାମ୍ବିଧାନିକ ନୀତି ନିୟମ ଅନୁଯାୟୀ ଶପଥ ନେଇଛି। ସର୍ବଦା ଝାରସୁଗୁଡାବାସୀଙ୍କ ସେବା କରିବି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ଦଳ ପାଇଁ ନିଷ୍ଠାର ସହ କାମ କରିବି ।

ସେ ଆହୁରି କହିଛନ୍ତି ଯେ “ମୋର ସ୍ୱର୍ଗତ ପିତା ନବ ଦାସଙ୍କ ଅସଂପୂର୍ଣ୍ଣ ସ୍ୱପ୍ନକୁ ପୂରଣ କରିବା ପାଇଁ ମୁଁ କଠିନ ପରିଶ୍ରମ କରିବି। ଝାରସୁଗୁଡାରେ ବିକାଶ ପ୍ରକ୍ରିୟା ବର୍ତ୍ତମାନଠାରୁ ଆରମ୍ଭ ହୋଇଛି ବୋଲି ଶପଥ ଗ୍ରହଣ କରିବା ପରେ ଦୀପାଳି କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ