Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଳ ପାଇଁ ହାହାକାର, ବର୍ଷା ଜଳ ସାହାରା:ଚେଇଁ ଶୋଇଛି ଜନ ସ୍ୱାସ୍ଥ୍ୟ ବିଭାଗ ୫ ଦିନ ହେଲା ଜଳ ଯୋଗାଣ ଠପ, ଜଳ ବିଶୋଧନ କାରଖାନା ପରିଦର୍ଶନ କଲେ ଜିଲ୍ଲାପାଳ

ସମ୍ବଲପୁର:ମିଛ କହି ଜନ ସ୍ୱାସ୍ଥ୍ୟ ବିଭାଗ ଦୋଷ ଲୁଚାଉଛି ନିଜର। ଫଳରେ ବେଳେ ନୁହେଁ କି ଦିନେ ବରଂ ଗତ ପାଞ୍ଚ ଦିନ ଧରି ଜଳ ପାଇଁ ହାହାକାର ହେଉଛନ୍ତି ସମ୍ବଲପୁର ସହରର ଏକ ମୁଖ୍ୟ ଅଞ୍ଚଳବାସୀ।ଏହା ଜାଣିବା ପରେ ଆଜି ଜିଲ୍ଲାପାଳ ଜଳ ସମସ୍ୟାର ସମାଧାନ ପାଇଁ ନିଜେ ହସ୍ତକ୍ଷେପ କରିଛନ୍ତି।
ମିଳିଥିବା ସୂଚନା ମତେ ଗତ ପାଞ୍ଚ ଦିନ ହେଲା ହୀରାକୁଦ କଲୋନୀ, ଧନୁପାଲି, ପୁଟିବନ୍ଦ, ଭତରା ପ୍ରଭୃତି ଅଞ୍ଚଳକୁ ଜନ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଇ ଦିଆଯାଉଥିବା ଜଳ ଯୋଗାଣ ବନ୍ଦ ହୋଇଯାଇଛି। ଫଳରେ ଜଳ ପାଇଁ ଅଞ୍ଚଳ ବାସୀ ହାହାକାର ହୋଇପଡିଥିବା ବେଳେ ବର୍ଷା ଜଳ ସେମାନଙ୍କ ବର୍ତ୍ତମାନ ପାଇଁ ସାହାରା ହୋଇଛି।ଆଜି ପୁଣି ଅନିର୍ଦ୍ଧିଷ୍ଟ କାଳ ପାଇଁ ଜଳ ଯୋଗାଣ ବନ୍ଦ ହେବା ନେଇ ଡାକବାଜିରେ ପ୍ରଚାର ହେବା ଶୁଣି ଅଞ୍ଚଳବାସୀଙ୍କ ମଧ୍ୟରେ ଛନକା ପଶିଯାଇଛି। ଜଳ ଯୋଗାଣ ବନ୍ଦ ହେବାର କାରଣ ସମ୍ପର୍କରେ ବିଭାଗ ପାଖରେ କୌଣସି ସ୍ପଷ୍ଟ ଉତ୍ତର ନାହିଁ। ମଟର ପୋଡି ଯିବା କଥା କହୁଥିବା ବେଳେ ଆଉ କିଏ କହୁଛି ବାରେଇପାଲି ଅଞ୍ଚଳରେ ପାଇପ ଫାଟିବା ଯୋଗୁଁ ଏହି ସବୁ ଅଞ୍ଚଳକୁ ଜଳ ଯୋଗାଣ ସମ୍ଭବ ହୋଇପାରୁନି। ତେବେ ଏହାର ସତ୍ୟତାକୁ ନେଇ ଏବେ ବଡ଼ ପ୍ରଶ୍ନ ହୋଇ ଠିଆ ହୋଇଥିବା ବେଳେ କେତେକ ସଚେତନ ନାଗରୀକ ସାମାଜିକ ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ରଖିଛନ୍ତି। କିନ୍ତୁ କୌଣସି ଗଣମାଧ୍ୟମରେ ଏହି ସମସ୍ୟା ନେଇ କିଛି ଖବର ନାହିଁ। ବରଂ ସାମାଜିକ ଗଣମାଧ୍ୟମରେ ସ୍ଥାନ ପାଇଥିବା ଏହି ସମସ୍ୟାକୁ ରାଜ୍ୟ ଜଳ ଯୋଗାଣ ମନ୍ତ୍ରୀ ରବିନାରାୟଣ ନାଏକ ଓ ସମ୍ବଲପୁର ଜିଲ୍ଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦରଙ୍କ ଦୃଷ୍ଟି ଆକର୍ଷଣ କରାଯଇଥିଲା। ଜିଲ୍ଲାପାଳ ଆଜି ଏହି ମୌଳିକ ସମସ୍ୟାର ସମାଧାନ କିପରି ହୋଇପାରିବ ସେ ନେଇ ବିଭାଗୀୟ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିବା ସହ ପ୍ରତ୍ୟକ୍ଷ ଭାବରେ ବରେଇପାଲି ପ୍ରଭୃତି ଅଞ୍ଚଳ ପରିଦର୍ଶନ କରି ଜଳ ଯୋଗାଣ ଭଳି ମୌଳିକ ସେବା ଯୋଗାଇଦେବାକୁ କଡାକଡି ଭାବେ ପାଳନ କରିବାକୁ ନିର୍ଦ୍ଦେଶ ଦେଇ ଥିବା ଖବର ମିଳିଛି।ଅନ୍ୟ ପକ୍ଷରେ ବରେଇପାଲି ସ୍ଥିତ ଜଳ ବିଶୋଧନ କାରଖାନା ପରିଦର୍ଶନ କରି ସେଠାରେ ଉପୁଜୁଥିବା ସମସ୍ଯା ସମ୍ପର୍କରେ ବିଭାଗୀୟ ଅଧିକାରୀମାନଙ୍କ ସହିତ ଆଲୋଚନା କରି ସେଗୁଡିକୁ ତୁରନ୍ତ ସମାଧାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନାଯୋଗ୍ୟଯେ ଗତ ପାଞ୍ଚ ଦିନ ଧରି ଧନୁପାଲି ପ୍ରଭୃତି ଅଞ୍ଚଳରେ ଜଳଯୋଗାଣ ବନ୍ଦ ଥିବାରୁ ସାଧାରଣ ଦୈନନ୍ଦିନ ଜୀବନରେ ବଡ଼ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅଶାନ୍ତି ଦେଖାଦେଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ