Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମ୍ବିଧାନ ବଞ୍ଚାଅ ପରିପ୍ରେକ୍ଷୀରେ ରାହୁଲ ଗାନ୍ଧିଙ୍କ ଓଡ଼ିଶା ଗସ୍ତନେଇ କଂଗ୍ରେସର ପ୍ରସ୍ତୁତି ବୈଠକ

ସମ୍ବଲପୁର: ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନିର୍ଦ୍ଦେଶ ଅନୁସାରେ ଶ୍ରୀ ରାହୁଲ୍ ଗାନ୍ଧୀଙ୍କ ଓଡ଼ିଶା ଗସ୍ତ ସମ୍ବନ୍ଧ ରେ ସମ୍ବଲପୁର କଂଗ୍ରେସ ଭବନରେ ପ୍ରେସକୁ ସମୋଧିତ କଲେ ବରିଷ୍ଠ ନେତା ତଥା ସମ୍ବଲପୁର ପ୍ରଭାରୀ ଶ୍ରୀ ସନ୍ତୋଷ ସିଂହ ସାଲୁଜା, ପିସିସି ପ୍ରବକ୍ତା ଶ୍ରୀ ଅରବିନ୍ଦ ଦାସ ଓ ଶ୍ରୀ ଅଭିଷେକ ମହାନନ୍ଦ, ଲକ୍ଷ୍ମୀପୁର ଶ୍ରୀ ପବିତ୍ର ସନ୍ତର, ଏଆଇସିସି ସମ୍ପାଦକ ଆସଫ ଅଲି ଖାଁ। ଜିଲ୍ଲା କଂଗ୍ରେସ ସଂଯୋଜକ ଙ୍କ ସଂଯୋଜନାରେ ଏହି ପ୍ରେସ ମିଟ ସମ୍ପାଦିତ ହୋଇଥିଲା। ସମ୍ବିଧାନ ବଞ୍ଚାଅ ପରିପ୍ରେକ୍ଷୀରେ ରାହୁଲ ଗାନ୍ଧିଙ୍କ ୧୧ ଜୁଲାଇ ଓଡ଼ିଶା ଗସ୍ତ ନେଇ ସାମ୍ବାଦିକଙ୍କୁ ସବିଶେଷ ବିବରଣ ପ୍ରଦାନ କରାଯାଇଥିଲା। ସମାବେଶରେ ୨ ହଜାର କର୍ମୀ ଓ ନେତା ଅଂଶଗ୍ରହଣ କରିବେ। ପ୍ରେସ ମିଟ୍ ପରେ ୨ୟ ପ୍ରସ୍ତୁତି ବୈଠକ ଶ୍ରୀ ସାଲୁଜାଙ୍କ ଅଧ୍ୟକ୍ଷତାରେ ହୋଇଥିଲା । ପିସିସି ସମ୍ପାଦକ ଦିଲ୍ଲୀପ ଧୂରିଆ, କୁଚିଣ୍ଡା ବିଧାୟକ ପ୍ରାର୍ଥୀ କେଦାର ବରିହା, ପିସିସି ସଭ୍ୟ ସୁରଞ୍ଜିନୀ ବାରିକ, ଓକିଲ ଚନ୍ଦ୍ର ପୁରୋହିତ, ବିଜୁ ପ୍ରଧାନ, ମନୋରଞ୍ଜନ ପଟ୍ଟନାୟକ, ଓବିସି ଜିଲ୍ଲା ସଭାପତି ଶିବ ପ୍ରଧାନ,ସୁତପା ମିତ୍ର, ସସମିତା ପଟ୍ଟନାୟକ, ହୀରାକୁଦ ସଭାପତି ରବି ରାଉତ, ରେଙ୍ଗାଲି ବରିଷ୍ଠ ନେତା ସୁବାଷ ବିଶ୍ବାଳ, ବରିଷ୍ଠ ନେତା ଗୋବିନ୍ଦ ମିଶ୍ର, ବରିଷ୍ଠ ନେତା ଗୁଡୁ ଉପପାଲ, ବୁର୍ଲା ର ବାଦଲ ମେହେଟା, ରେଙ୍ଗାଲି ସଭାପତି ଚତୁର୍ଭୁଜ ଝଙ୍କର, ନାରୀ ନେତ୍ରୀ ବିଜୟଲକ୍ଷ୍ମି ସାହୁ, ହୀରାକୁଦ ନେତା ଜିତେନ୍ ମହାନନ୍ଦ ଓ ରଶ୍ମି ସ୍ୱାଇଁ, ବରିଷ୍ଠ ନେତା ଦୀନବନ୍ଧୁ ପରିଡ଼ା,ମହମ୍ମଦ ସଲିମ ପ୍ରମୁଖ ଶତାଧିକ କର୍ମୀ ଅଂଶଗ୍ରହଣ କରି ମତାମତ ରଖିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ