Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅବସର ପ୍ରାପ୍ତ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା:ଗୁରୁ ହେଉଛନ୍ତି ଏକ ସତ୍ତା ଓ ଏକ ଅନୁଭବ

ସମ୍ବଲପୁର: ଶିକ୍ଷା ପରି ପବିତ୍ର ଦାନ ସମ୍ଭବତଃ ଦୁନିଆରେ ଆଉ କିଛି ନାହିଁ। ଏପରି ଏଜ ପବିତ୍ର ବୃତ୍ତିକୁ ଆପଣେଇ ଶିଷ୍ୟ ମନରୁ ଅଜ୍ଞାନ ଅନ୍ଧକାରକୁ ଦୁରେଇ ଦେଇ ପାରୁଥିବା ମହାନ ବ୍ୟକ୍ତିବିଶେଷଙ୍କୁ ଗୁରୁ ଭାବରେ ଗ୍ରହଣ କରାଯାଇଥାଏ। ତେବେ ଗୁରୁ କୌଣସି ଶରୀର ନୁହଁନ୍ତି, ଗୁରୁ ହେଉଛନ୍ତି ଏକ ସତ୍ତା ଓ ଅନୁଭବ ବୋଲି ଆଜି ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ସମ୍ବର୍ଦ୍ଧନା ସଭାରେ ଏଭଳି ମତପ୍ରକାଶ ପାଇଛି।
ଖରସନମାଲ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର କ୍ରୀଡା ଶିକ୍ଷକ ଶ୍ରୀ ଧବଳେଶ୍ଵର ଥାପା ଙ୍କ ଅବସର ଉପଲକ୍ଷେ ଏକ ବର୍ଣ୍ଣାଢ୍ୟ ସଭା ଆୟୋଜିତ ହୋଇଥିଲା। ପ୍ରଧାନ ଶିକ୍ଷକ ବିଶ୍ଵାମିତ୍ର ଦୀପ ଙ୍କ ସଂଯୋଜନା ରେ ହୋଇଥିବା ଏହି ସଭାରେ ଶ୍ରୀ ଥାପାଙ୍କ ଦୀର୍ଘ ବୃତ୍ତିଜୀବନ ଏବଂ ବିଦ୍ୟାଳୟ ପ୍ରତି ତାଙ୍କ ଅବଦାନ ବିଷୟରେ ପ୍ରଧାନ ଶିକ୍ଷକ ପ୍ରାରମ୍ଭରେ ସ୍ମୃତିଚାରଣ କରିଥିଲେ। ଏହି ଅବସରରେ ଛାତ୍ରଛାତ୍ରୀ, ସହପାଠୀ ଶିକ୍ଷକ ବୃନ୍ଦ ଓ ଅତିଥିମାନେ ନିଜ ଅନୁଭୂତି ଅଭିବ୍ୟକ୍ତ କରିଥିଲେ |ବିଦ୍ୟାଳୟ ପକ୍ଷରୁ ଉତ୍ତରୀୟ,ମାନପତ୍ର, ମେଡାଲ ଓ ବିଭିନ୍ନ ଉପହାର ପ୍ରଦାନ କରାଯାଇ ଶ୍ରୀ ଥପାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏହି ଅବସରରେ ତାଙ୍କର ପତ୍ନୀ ସ୍ମିତା ରାଣୀ ଥପା ଙ୍କୁ ମଧ୍ୟ୍ୟ ସମ୍ବର୍ଦ୍ଧିତ କରାଯାଇଥିଲା।
ଶେଷରେ ଶ୍ରୀ ଥପା ନିଜ ଅଭିଭାଷଣରେ ତାଙ୍କ ବୃତ୍ତିଜୀବନ ର ସଂସ୍ମୃତି ସହ ଚାଲିଥିବା ଯାତ୍ରା ଓ ବିଦ୍ୟାଳୟ ପ୍ରତି ଭାବନା ବ୍ୟକ୍ତ କରି ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ।ଏହି ସଭାରେ ସୁଶାନ୍ତ ପଧାନ,ଡାକ୍ତର ରାଜାରାମ ଷଡଙ୍ଗୀ, ଭକ୍ତ ବନ୍ଧୁ ପଣ୍ଡା, କୁଲୁଣ୍ଡି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ବ୍ରଜ କିଶୋର ପଧାନ, ମୁଣ୍ଡେନପାଲି ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଗୋପି ରଞ୍ଜନ ନାଥ,କବରାପାଲି ୟୁଜିଏମଇ ସ୍କୁଲର ପ୍ରଧାନ ଶିକ୍ଷକ ଅକ୍ଷୟ ପରିମାଣିକ, ରାଇଟର ଝାଙ୍କର, କୁମୁଦିନୀ ବେହେରା, ପ୍ରତିମା ମୁଣ୍ଡା, ସୁରେନ ପଧାନ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଶିକ୍ଷାର ମହତ୍ୱହି ଏଭଳି ସଭାର ନିଦର୍ଶନ ବୋଲି କହିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ନାରାୟଣ ପଧାନ, ଭରତ ନାଥ, କିଶୋର ପଣ୍ଡା,ଅବଦୁଲ ଅତିମ ତାଇ, ନାରାୟଣ ପଧାନ,ତ୍ରିନାଥ ବିଶ୍ୱାଳ ମୁରା ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟତ୍ରୀ ପ୍ରମୁଖ ଉପସ୍ଥିତ ରହି ଶ୍ରୀ ଥପାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ଦକ୍ଷତା ନେଇ ସ୍ମୃତି ଚାରଣ କରିଥିଲେ।ଶେଷରେ ବିଦ୍ୟାଳୟ ଶିକ୍ଷକ ପ୍ରଦୀପ ପଧାନ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ