Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୁର୍ଲାରେ ସମ୍ବଲପୁରୀ ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ସମ୍ବଲପୁର:ତୃତୀୟ ବର୍ଷ ପାଇଁ ଏଥର ମଧ୍ୟ୍ୟ ବୁର୍ଲାରେ ଅଗଷ୍ଟ ୧ ତାରିଖରେ ସମ୍ବଲପୁରୀ ଦିନ ପାଳନ ହେବା ଲାଗି ଦେବାଶିଷ ନନ୍ଦଙ୍କ ପୌରହିତ୍ୟ ରେ ପ୍ରତିଷ୍ଠା ଅନୁଷ୍ଠାନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି I ଅନେକ ବୁଦ୍ଧିଜୀବୀ, ସ୍ଥାନୀୟ ବିଭିନ୍ନ ସଂଗଠନର କର୍ମକର୍ତ୍ତା ଯୋଗଦାନ କରି ଏହାକୁ ପୂର୍ଣ୍ଣ ମାତ୍ରାରେ ସଫଳ କରିବା ପାଇଁ ମତାମତ ଦେଇଥିଲେ I ସମ୍ବଲପୁରୀ ଖାଦ୍ୟ,ବସ୍ତ୍ର ଓ ସଂଗୀତ ସହ ବିଭିନ୍ନ ହସ୍ୟକବି, ସାଂସ୍କୃତିକ କାର୍ଯ୍ୟକ୍ରମ ଏଥିରେ ସ୍ଥାନ ପାଇବ I ଆବାହକ ସୁବ୍ରତ ପଟ୍ଟନାୟକ, ତରଣୀସେନ ଚାନ୍ଦ. ଡାକ୍ତର ବ୍ରଜ ମୋହନ ମିଶ୍ର,  କାର୍ଯ୍ୟକ୍ରମ ଉପରେ ତାଙ୍କର ମତାମତ ରଖିଥିବା ବେଳେ ରାଜୁ ଜାଯୋଡ଼ିଆ, ଶ୍ରୀମତୀ ଚନ୍ଦ୍ରାବତୀ ନାୟକ, ତ୍ରାହିକର ଡୁଙ୍ଗୁରୀ, ବିରେନ ନାୟକ,ପ୍ରମୋଦ ଦାସ,ହରିଶଙ୍କର ପଣ୍ଡା, ପ୍ରେମାନନ୍ଦ ଷଣ୍ଢ,ସତ୍ୟବ୍ରତ ନାୟକ, ବୁଲୁ ଆପଟ, ଶୁଭକାନ୍ତ ପଣ୍ଡା, ହିମାଂଶୁ ମେହେର, ଦୀପକ ରାଉତ, ରାଜେଶ ପଟ୍ଟନାୟକ,ଜୟନ୍ତ କୁମାର ସାହୁ,ସୁଧୀରଞ୍ଜନ ମହାରଣା, ରଜନୀକାନ୍ତ ନାଗ, ଅର୍ଜୁନ ମେହେର, ଚଣ୍ଡୀ ଦାସ, ସଂଜୀବ ପଣ୍ଡା, ସୁଧାଂଶୁ ଦାସ, ସୁନସାନ ପ୍ରସାଦ, ମଣ୍ଟୁ ପାଳ,ଦୀନେଶ ଷଡ଼ଙ୍ଗୀ, ଶ୍ୟାମ ଗୌଡ଼, ଗୋପାଳ ପ୍ରଧାନ, ରୋହନ ମିଶ୍ର, ଗୋପୀ ସେନାପତି,ଜୟନ୍ତ ନନ୍ଦ, ରାଜକୁମାର, ହରେକୃଷ୍ଣ ବେହେରା, ଦୁର୍ଗା ଦଳାଇ …ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ I ଏହି କାର୍ଯ୍ୟକ୍ରମ ସୁଚାରୁ ରୂପେ ସଫଳ କରିବା ଲାଗି ବିଭିନ୍ନ କମିଟି ମାନ ଗଠନ କରିବା ଲାଗି ମତ ପ୍ରକାଶ ପାଇଥିଲା I ପରିଶେଷରେ ଆଡ଼ଭୋକେଟ ପ୍ରସନ୍ନ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ