ସମ୍ବଲପୁର /କୁଚିଣ୍ଡା:କୁଚିଣ୍ଡା ବ୍ଲକ ହାଡ଼ିପାଲି ସରକାରୀ ଗ୍ରାମ ଜଙ୍ଗଲ ଓ ବନ୍ୟ ପ୍ରାଣୀ ପଞ୍ଚାୟତ ବିଦ୍ୟାଳୟ ପରିସରରେ ଏହି ଅଞ୍ଚଳର ସ୍କୁଲ ସମୂହ କୁ ନେଇ ବିଶ୍ଵ ଜନ ସଂଖ୍ୟା ଦିବସ ଓ ବନ ମହୋତ୍ସବ ଉପଲକ୍ଷେ ‘ ଜନ ସଂଖ୍ୟା ଅନୁପାତରେ ଜଙ୍ଗଲ ଓ ବନ୍ୟ ପ୍ରାଣୀ ର ବୃଦ୍ଧି ‘ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇ ଯାଇଛି । ହାଇ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ କରୁଣାକର ଧନୱର୍ ଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପରିବେଶ ବିତ ଓ ସମାଜସେବୀ ସୁବାସ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ବଣ ଓ ବନ୍ୟପ୍ରାଣୀ କିପରି ମାନବ ସମାଜର ବନ୍ଧୁ ତାହା ଉଲ୍ଲେଖ କରି ଉଭୟର ସଂଖ୍ୟା ବୃଦ୍ଧି ଓ ମଣିଷର ସଂଖ୍ୟା ହ୍ରାସ ପାଇଁ ଆହ୍ବାନ ଦେଇଥିଲେ । ଅବସର ପ୍ରାପ୍ତ ଉଦ୍ୟାନ ବିଭାଗ ଯନ୍ତ୍ରୀ ରବୀନ୍ଦ୍ର କୁମାର ଦାସ ଓ ପୂର୍ବତନ ଫରେଷ୍ଟର ଶେଖର ବନମାଳୀ ନମଦେଓ ମଧ୍ୟ ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ।ଅତିଥି ଗଣ ପୂର୍ବରୁ ଆୟୋଜିତ ପରିବେଶ କୁ ନେଇ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରିଥିଲେ । ସହକାରୀ ଶିକ୍ଷକ ଗୋପାଳ ନାଥ ଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ ବରିଷ୍ଠ ଶିକ୍ଷକ ପୌଲସ୍ତୀ କୁମାର ପଟେଲ ପ୍ରାରମ୍ଭିକ ସୂଚନା , ପୁନମ୍ ପ୍ରେମାଞ୍ଜଲି ଡ଼ାଙ୍ଗ ଅତିଥି ପରିଚୟ ଓ ପ୍ରାଥମିକ ଶିକ୍ଷୟିତ୍ରୀ ସବିତା ପଟେଲ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହା ପରେ ସ୍କୁଲ ପରିସରରେ ଭିଷ୍ମଦେବ ସାହୁ, ରେଖା ସିଂ ଓ ବିଜୟ ପଟେଲ ଙ୍କ ନେତୃତ୍ୱରେ ଅତିଥି ଓ ଶତାଧିକ ଛାତ୍ର,ଛାତ୍ରୀ ଶତାଧିକ ଚାରା ରୋପଣ କରିଥିଲେ ।ଏହା ପୂର୍ବରୁ ଏକ ଶୋଭାଯାତ୍ରା ରେ ଗ୍ରାମ ପରିକ୍ରମା କରି ବିଭିନ୍ନ ସ୍ଲୋଗାନ ମାଧ୍ୟମରେ ସଚେତନତା ପ୍ରକାଶ କରିଥିଲେ।
ଜନ ସଂଖ୍ୟା ଅନୁପାତରେ ଜଙ୍ଗଲ ଓ ବନ୍ୟ ପ୍ରାଣୀ ବୃଦ୍ଧି ଶୀର୍ଷକ ଆଲୋଚନା
