Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡା ନିର୍ବାଚନ; କମ୍‌ ଭୋଟ ପ୍ରତିଶତର କାରଣ ଖୋଜିବ ସ୍ବତନ୍ତ୍ର ଟିମ୍‌; ପିସିସି ସଭାପତି

ଭୁବନେଶ୍ୱର: ଝାରସୁଗୁଡା ନିର୍ବାଚନରେ ବିପୁଳ ଭୋଟରେ ବିଜେଡି ଜୟଯୁକ୍ତ ହୋଇଥିବା ବେଳେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ଦଳ ହାରିବା ପଛରେ ମୋକିମ୍‌ ଓ ଚିରଞ୍ଜୀବଙ୍କ ଦଳ ବିରୋଧୀ ମନ୍ତବ୍ୟକୁ ଦାୟୀ କରିଛନ୍ତି। ଏପଟେ ଝାରସୁଗୁଡାରେ କଂଗ୍ରେସ ହାରିବା ପଛରେ କାରଣ ଖୋଜିବା ଲାଗି ଏବଂ ଏହାର ସ୍ଥିତି ସମୀକ୍ଷା କରିବା ଲାଗି ଦଳ ଏକ ତିନି ଜଣିଆ କମିଟି ଗଠନ କରିଛି। ଏହି ଟିମ୍‌ ଝାରସୁଗୁଡ଼ା ଗସ୍ତ କରି ଦଳର ଭୋଟ ପ୍ରତିଶତର କାରଣ ଖୋଜିବ ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି। ଏହାପରେ ଏହି ରିପୋର୍ଟ ଏଆଇସିସିକୁ ଦିଆଯିବ ବୋଲି ସେ କହିଛନ୍ତି। ଝାରସୁଗୁଡ଼ା ଉପନିର୍ବାଚନରେ ଦଳର ଲଜ୍ଜାଜନକ ପ୍ରଦର୍ଶନ ପରେ ପିସିସି ସଭାପତି ଏହିପରି ସୂଚନା ଦେଇଛନ୍ତି।

ଝାରସୁଗୁଡା ଉପନର୍ବାଚନରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ମାତ୍ର ୪,୪୯୬ ଭୋଟ୍ (୨.୫୬%) ପାଇଥିଲେ। ଯାହା ଏକ ଲଜ୍ଜାଜନକ ପ୍ରଦର୍ଶନ ଥିବା କୁହାଯାଉଛି। ଏହା ୨୦୧୯ ରେ ୧୦.୬୮ ପ୍ରତିଶତରୁ ମଧ୍ୟ ଢେର କମ୍ ଥିବା ଜଣାପଡ଼ିଛି। ଅନ୍ୟପଟେ ସାଧାରଣ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ ଚାଲିଛିଥିବା କହିଛନ୍ତି ଶରତ ପଟ୍ଟନାୟକ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ