Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣା : ଏଫଏମ କଲେଜ ପ୍ରିନ୍ସପାଲ ଗିରଫ

ବାଲେଶ୍ବର ଏଫଏମ କଲେଜରେ ଛାତ୍ରୀ ଆତ୍ମାହୁତି ଉଦ୍ୟମ ଘଟଣାରେ ଏଫଏମ କଲେଜ ଅଧ୍ୟକ୍ଷ ଦିଲ୍ଲୀପ ଘୋଷଙ୍କୁ ସହଦେବ ଖୁଣ୍ଟା ପୁଲିସ ଗରିଫ କରିଛି। ପୂର୍ବରୁ ଉଚ୍ଚଶିକ୍ଷା ବିଭାଗ ତାଙ୍କୁ ନିଲମ୍ବିତ କରିଥିଲା। ପ୍ରିନ୍ସପାଲଙ୍କୁ ଗିରଫ କରିବାକୁ ଦାବି କରିଥିଲେ ପୀଡିତାଙ୍କ ପରିବାର ।

ସୂଚନାଯୋଗ୍ୟ ଯେ, ବାଲେଶ୍ୱର ଫକୀର ମୋହନ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ଇଣ୍ଟିଗ୍ରେଟେଡ ବି.ଏଡ୍ ବିଭାଗର ଏଚଓଡିଙ୍କ ଦ୍ୱାରା ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯ୍ୟାତନା ପାଇ ଶେଷରେ ଆତ୍ମାହୁତି ଉଦ୍ୟମ କରିଥିଲେ ।

ସେ ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି । ଏହି ଘଟଣାରେ ଏଫ୍ଏମ୍ କଲେଜ ଅଧ୍ୟକ୍ଷ ଓ ଏଚଓଡିଙ୍କୁ ଉଚ୍ଚଶିକ୍ଷା ବିଭାଗ ନିଲମ୍ବିତ କରିଥିଲା। ଏଥିସହ ପୁଲିସ ଏଚଓଡି ସମୀର ସାହୁଙ୍କୁ ଗିରଫ କରିଥିଲା। ଏହ ଘଟଣାର ଉଚ୍ଚଶିକ୍ଷା ବିଭାଗର ଏକ ଟିମ ତଦନ୍ତ କରିବା ସହ କ୍ରାଇମବ୍ରାଞ୍ଚ ମଧ୍ୟ ତଦନ୍ତ କରୁଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ