Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ, ପାଣ୍ଡିଆନ ପୁଣି ବାହାରିଲେଣି, ଏଥର ମୂଳରୁ ଯିବ…ଯାହା ପାଇଁ ପାର୍ଟି ହାରିଲା ସେ ହିଁ ପାର୍ଟିର ଗୁରୁଦାୟିତ୍ୱ ରେ

FM କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ଦେବା ଦାବିରେ ସରକାରଙ୍କୁ ଘେରିଛନ୍ତି ବିରୋଧୀ। ବୁଧବାର ଭୁବନେଶ୍ୱର ଲୋୟର ପିଏମ୍‌ଜିରେ ପୋଲିସ-ବିଜେଡି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ବିଜେଡି କର୍ମୀ ବ୍ୟାରିକେଡ ଭାଙ୍ଗି ଧସେଇ ପଶିବାକୁ ଉଦ୍ୟମ କରୁଥିବା ବେଳେ ପାଣି ମାଡ କରିଥିଲା ପୋଲିସ। ଲୁହବୁହା ଗ୍ୟାସ ମଧ୍ୟ ପ୍ରୟୋଗ କରାଯାଇଥିଲା।

ପୋଲିସ ସହ ମୁହାଁମୁହିଁ ଭିତରେ ଆହତ ହୋଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା । ବିଜେଡି ନେତା ପ୍ରଣବ ପ୍ରକାଶ ଦାସ ଓରଫ ବବି ଦାସ, ପ୍ରୀତିରଞ୍ଜନ ଘଡେଇ ଓରଫ ଡ୍ୟାନୀ ଏବଂ ରାଜ୍ୟ ସଭା ସାଂସଦ ସୁଲତା ଦେଓ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଆହତ ବିଜେଡି ନେତାଙ୍କୁ ଭେଟିଛନ୍ତି ଭିକେ ପାଣ୍ଡିଆନ। ଯାଇ ପାଣ୍ଡିଆନ ଏବଂ ତାଙ୍କ ସ୍ତ୍ରୀ ହସ୍ପିଟାଲ ଯାଇ ବବି ଦାସ, ସୁଲତା ଦେଓଙ୍କୁ ଭେଟିଛନ୍ତି। ଏପଟେ ବିଜେଡି କର୍ମୀଙ୍କ ଭିତରେ ଅସନ୍ତୋଷ ବୃଦ୍ଧି ପାଇଛି, ପାଣ୍ଡିଆନ ପୁଣି ବାହାରିଲେଣି, ଏଥର ପାର୍ଟି ମୂଳରୁ ଯିବ ବୋଲି ଗାଁ ଦାଣ୍ଡରେ ଚର୍ଚ୍ଚା ହେବା ଆରମ୍ଭ ହେଲାଣି…ଯାହା ପାଇଁ ପାର୍ଟି ହାରିଲା ସେ ହିଁ ପାର୍ଟିର ଗୁରୁଦାୟିତ୍ୱ ରେ ରହିଲେ ଯାହା ହେବ ବୋଲି ଲୋକେ ଟୁପୁର ଟାପୁର ହେବା ଆରମ୍ଭ କଲେଣି।

ଫକୀରମୋହନ ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟୁକୁ ନେଇ ସାରା ରାଜ୍ୟରେ ଚହଳ ସୃଷ୍ଟି ହୋଇଛି। ଏନେଇ ବୁଧବାର ଭୁବନେଶ୍ୱରରେ ବିଜେଡି ବଡ଼ ଆନ୍ଦୋଳନ କରିଛି। ମୁହାଁମୁହିଁ ହୋଇଛନ୍ତି ଶାସକ ଓ ବିରୋଧି । ଗୁରୁବାର କଂଗ୍ରେସ ପକ୍ଷରୁ ବନ୍ଦ ଡାକରା ଦିଆଯାଇଥିବା ବେଳେ ବିରୋଧି ବିଜେଡି ପକ୍ଷରୁ ବୁଧବାର ବାଲେଶ୍ୱରରେ ବନ୍ଦ ପାଳନ କରାଯାଇଥିଲା। ଏହିଦିନ ପୋଲିସ-ବିଜେଡି ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ବିଜେଡିର ଲୋକସେବା ଭବନ ଘେରାଉ ଉଦ୍ୟମ ବେଳେ ଉପୁଜିଥିଲା ଆନ୍ଦୋଳନ । ବିଜେଡି କର୍ମୀଙ୍କ ଉପରୁକୁ ପାଣି ମାଡ ସହ ଲୁହାବୁହା ଗ୍ୟାସ ପ୍ରୟୋଗ କରିଥିଲା ପୋଲିସ । ଏହି ଲୁହାବୁହା ଗ୍ୟାସ ମାଡରେ ବିଜେଡି ନେତା ବବି ଦାସ ଆହତ ହୋଇଥିବା ବେଳେ ପ୍ରୀତିରଞ୍ଜନ ଘଡେଇ ଆହତ ହୋଇଥିବା ସୂଚନା ମିଳିଥିଲା।