Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସୂର୍ଯ୍ୟବଂଶୀ ସୁରଜ ମନ୍ତ୍ରୀ ପଦରୁ ଇସ୍ତଫା ଦେବେ ବୋଲି ସାଧାରଣରେ ଚର୍ଚ୍ଚା

ବାଲେଶ୍ୱର ଫକୀରମୋହନ ମହାବିଦ୍ୟାଳୟ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣାକୁ ନେଇ ଏବେ ଉଠୁଛି ପଡୁଛି ସାରା ରାଜ୍ୟ । ଉଭୟ ବିଜେଡି ଓ କଂଗ୍ରେସ ଏହି ପ୍ରସଙ୍ଗରେ ସରକାରଙ୍କୁ ଟାର୍ଗେଟ୍ କରି ରାଜରାସ୍ତାକୁ ଓହ୍ଲାଉଛନ୍ତି । ସବୁ ବିରୋଧୀ ଦଳ ନ୍ୟାୟ ଦାବିରେ ହଲ୍ଲାବୋଲ କରୁଛନ୍ତି । ବୁଧବାର ବିଜେଡି ଆନ୍ଦୋଳନ କରିଥିବା ବେଳେ ଗୁରୁବାର କଂଗ୍ରେସ ଗର୍ଜିଛି ।

ତେବେ ଏହି ଝଡ ବଢୁଛି ପଛେ ଥମିବାର ନାଁ ନେଉ ନାହିଁ । କେବଳ ରାଜ୍ୟ ନୁହେଁ ସାରା ଦେଶରେ ଘଟଣାକୁ ନେଇ ପ୍ରତିକ୍ରିୟା ରଖୁଛନ୍ତି ରାଜନେତା ମାନେ । କୁହାଯାଉଛି ବିରୋଧଙ୍କ ବିକ୍ଷୋଭକୁ ନେଇ ପ୍ରବଳ ଚାପରେ ଏବେ ରାଜ୍ୟ ସରକାର । ରାଜ୍ୟରେ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ନେଇ ସରକାର ପ୍ରସ୍ତୁତି କରୁଥିବା ବେଳେ ସୌମ୍ୟାଶ୍ରୀଙ୍କ ମୃତ୍ୟୁ ମାମଲା ରାଜ୍ୟ ରାଜନୀତିରେ ଟୁଇଷ୍ଟ ଆଣିଛି । କୁହାଯାଉଛି, ଘଟଣା ପାଇଁ ଉଚ୍ଚଶିକ୍ଷା ବିଭାଗର ମନ୍ତ୍ରୀ ରହିଥିବା ସୂର୍ଯ୍ୟବଂଶୀ ସୁରଜଙ୍କ ଅଡୁଆ ବଢିଛି । ସେ ମନ୍ତ୍ରୀ ପଦରୁ ଇସ୍ତଫା ଦେବା ପାଇଁ ଚାପ ପଡିପାରେ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

ସାମାଜିକ ଗଣମାଧ୍ୟମରେ ସଦାସର୍ବଦା ସକ୍ରିୟ ରହୁଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂରଜ ସୂର୍ଯ୍ୟବଂଶୀଙ୍କ ‘ଏକ୍ସ’ ହ୍ୟାଣ୍ଡେଲକୁ ନେଇ ମଧ୍ୟ ଲୋକେ ନାନା ପ୍ରଶ୍ନ କରିଛନ୍ତି । ଫେସବୁକ, ଇନଷ୍ଟା ଓ ଏକ୍ସ ଭଳି ସାମାଜିକ ଗଣମାଧ୍ୟମରେ ରାଜ୍ୟର ବିଭିନ୍ନ ପ୍ରସଙ୍ଗ ସମ୍ପର୍କରେ ମତ ରଖୁଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କିପରି ୧୨ ଦିନ କାଳ ସୌମ୍ୟାଶ୍ରୀଙ୍କ ଟ୍ଵିଟରକୁ ଦେଖିପାରିଲେ ନାହିଁ ! କଲେଜ ଅଧ୍ଯକ୍ଷ ଓ ଥାନାକୁ ଦୌଡ଼ି ଦୌଡ଼ି ନିରାଶ ହେବା ପରେ ସୌମ୍ୟାଶ୍ରୀ ନ୍ୟାୟ ପାଇଁ ଜୁଲାଇ ୧ ତାରିଖରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଟ୍ଵିଟ୍ କରିଥିଲେ। ମାତ୍ର ସେଥିରେ କିଛି ସୁଫଳ ମିଳି ନଥିଲା । ବିଭିନ୍ନ ପ୍ରସଙ୍ଗରେ ନିଜର ଅଭିବ୍ୟକ୍ତି ପ୍ରକାଶ କରୁଥିବା ଉଚ୍ଚଶିକ୍ଷା ମନ୍ତ୍ରୀ କିଭଳି ସୌମ୍ୟାଶ୍ରୀଙ୍କ ପ୍ରସଙ୍ଗରେ ନିରବ ରହିପାରିଲେ ବୋଲି ବୁଦ୍ଧିଜୀବୀ ମହଲରୁ ପ୍ରଶ୍ନ ଉଠୁଛି। ତେବେ ଛାତ୍ରୀଙ୍କ ପରଲୋକ ପରେ ବିଳମ୍ବିତ ରାତିରେ ସାମାଜିକ ଗଣମାଧ୍ଯମରେ ମନ୍ତ୍ରୀ ଗଭୀର ଶୋକବ୍ୟକ୍ତ କରିଥିଲେ । ଯଦି ସେ ଅଭିଯୋଗ ଉପରେ ସାମାନ୍ୟ ନଜର ପକାଇ ପଦକ୍ଷେପ ନେଇ ଥାଆନ୍ତେ ତେବେ ହୁଏତ ସୌମ୍ୟାଶ୍ରୀ ଆଜି ଜୀବିତ ଥାନ୍ତା ବୋଲି ସାଧାରଣରେ ଆଲୋଚନା ହେଉଛି।

ତେବେ ସତରେ କଣ ସରକାର ଚାପରେ ଅଛନ୍ତି ନା ମନ୍ତ୍ରୀଙ୍କ ଇସ୍ତଫା କଥା ଗୁଜବ କରାଯାଉଛି । ଏହି ସୌମ୍ୟାଶ୍ରୀ ଝଡ ରାଜ୍ୟ ରାଜନୀତିକୁ କେଉଁ ମୋଡ ଦେଉଛି ତାହା ଦେଖିବାକୁ ବାକି ରହିଲା ।