Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୨ ମାସ ହେବ ଦରମା ପାଇ ନାହାନ୍ତି ବିଡିଏସପି, ଆନ୍ଦୋଳନ ପାଇଁ ସଜବାଜ

ଜମନକିରା : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକରେ ଗତ ୨୦୨୧ ମସିହାରୁ ବିଡିଏସପି (ବିଜିନେସ ଡାଭଲପ ସର୍ଭିସ ପ୍ରୋଭାଇଡାର) ଭାବରେ କିଛି ମହିଳା କାର୍ଯ୍ୟକରି ଆସୁଥିଲେ। ପ୍ରାୟ ୩ ବର୍ଷ ସୁଚାରୁ ରୂପେ ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ଋଣ ପ୍ରଦାନରେ ସହଯୋଗ କରି ସ୍ବାବଲମ୍ବୀ କରେଇ ପାରିଥିଲେ। ବେକାରୀ ସମସ୍ୟା ଦୂର କରିବା ପାଇଁ କିଛି ବେକାର ଯୁବକ ଯୁବତୀ ମାନଙ୍କୁ ବ୍ୟବସାୟ କରିବା ପାଇଁ ଋଣ ପ୍ରଦାନରେ ସହଯୋଗ କରି ଆସୁଥିଲେ। ଉକ୍ତ ବିଡିଏସପି ମହିଳା ମାନଙ୍କୁ ସ୍କିଲ ଡଭଲପମେଣ୍ଟ ପାଇଁ ବିଭାଗ ପକ୍ଷରୁ ଅନେକ ସମୟରେ ଟ୍ରେନିଙ୍ଗ ମଧ୍ୟ ଦିଆ ଯାଇଥିଲା। ମାତ୍ର କ୍ଷୋଭର ବିଷୟ ଏହା ଯେ, ଗତ ୨୦୨୫ ମସିହା ଏପ୍ରିଲ୍ ଓ ମେ ରେ ମାସାଧିକାଳ ସମ୍ବଲପୁର ଜିଲ୍ଲା ସ୍ଥିତ ନୀଳ ଡୁଙ୍ଗୁରିରେ ଆବାସିକ କରେଇ ଜିଲ୍ଲାର ଯୁଯୁମୁରା, କୁଚିଣ୍ଡା, ବାମରା ସମେତ ଜମନକିରା ବ୍ଲକ ଅଧୀନରେ କାର୍ଯ୍ୟରତ ବିଡିଏସପି ମାନଙ୍କୁ ଟ୍ରେନିଙ୍ଗ ଦିଆଯାଇଥିଲା। ତେବେ ଗତ ୧୨ ମାସ ରୁ ଅଧିକ ଦିନ ବିତି ଯାଇଥିଲେ ସୁଦ୍ଧା ଅଦ୍ୟାବଧି ସେମାନଙ୍କ ଦରମା ଆଦୌ ପ୍ରଦାନ କରାଯାଇ ନାହିଁ। ଯଦି ଦରମା ପ୍ରଦାନରେ ଅସୁବିଧା ଥିଲା କାହିଁକି ଅଧିକାରୀ ମାନେ ବିଡିଏସପି ମାନଙ୍କୁ କାର୍ଯ୍ୟରେ ନିୟୋଜିତ କରୁଥିଲେ। ବିଡିଏସପି ମାନେ ନିଜର ପରିବାର ର ଅସୁବିଧା କୁ ଛାଡ଼ି ଏହି କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। କେବଳ କିଛି ଟଙ୍କା ରୋଜଗାର କଲେ ପିଲା ଛୁଆ ମାନେ ଟିକିଏ ଆର୍ଥିକ ସ୍ଥିତିରୁ ସୁରକ୍ଷା ପାଇବେ। ହେଲେ ଅସୁବିଧା ଦୂର ହେବ କ’ଣ, ଆହୁରି ବୋଝ ଉପରେ ନଳିତା ବିଡା ସଦୃଶ୍ୟ ୧୨ ମାସରୁ ଅଧିକ ଦିନ ହେଲା ବିନା ଦରମାରେ କାର୍ଯ୍ୟ କରି ଚାଲିଛନ୍ତି। ଏସମସ୍ୟା ସମ୍ପର୍କରେ ବିଡିଏସପି ମାନେ ବାରମ୍ବାର ଜମନକିରା ଓଡ଼ିଶା ଜୀବିକା ମିଶନ ବିପିଏମ ଦାୟିତ୍ୱରେ ଥିବା ଅଧିକାରୀ ସରୋଜ ମିଶ୍ର ଏବଂ ସମ୍ବଲପୁର ଡିପିଏମ ସଞ୍ଜୟ ମହାପାତ୍ରଙ୍କୁ ବାରମ୍ବାର ଦାବି ଜଣାଇ ଆସୁଥିଲେ ମଧ୍ୟ ସେମାନେ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ବିଡିଏସପି ମାନେ ଅଭିଯୋଗ କରିଛନ୍ତି। ଯଦି ଅଧିକାରୀ ମାନେ ଜାଣିଥିଲେ ପ୍ରୋଜେକ୍ଟ ସରିବାକୁ ଥିଲା, ତାହେଲେ କ’ଣ ପାଇଁ ଟ୍ରେନିଙ୍ଗ ଓ କାମ କରିବାକୁ ବିଭାଗ ଅଧିକାରୀ ମାନେ ତାଗିଦ୍ କରୁଥିଲେ ବୋଲି ବିଡିଏସପି ମାନେ ଅଧିକାରୀଙ୍କୁ ପ୍ରଶ୍ନ କରିଛନ୍ତି। ତେବେ ଆସନ୍ତା ୧ ମାସ ମଧ୍ୟରେ ବିଧିବଦ୍ଧ ଭାବେ ଦାୟିତ୍ଵ ପ୍ରଦାନ ସହ ଦରମା ପ୍ରଦାନ ଆଦି ଦାବି ପୁରଣ ନକଲେ ଆନ୍ଦୋଳନ କରାଯିବ ବୋଲି ବିଡିଏସପି ମାନେ ଖବରଦାତା ଆଗରେ ପ୍ରକାଶ କରିଛନ୍ତି। ଏମାନଙ୍କ ସହ ସ୍ୱାବିଲମ୍ବି ହୋଇ ସାରିଥିବା ଏବଂ ସ୍ଵାବିଲମ୍ବି ପାଇଁ ଆଶାୟୀ ଥିବା ଯୁବକ ଯୁବତୀ ମାନେ ମଧ୍ୟ କହିଛନ୍ତି କି, ଯୋଉ ଯୋଜନାରେ ଏତେ ଉତ୍ତମ ବ୍ୟବସ୍ଥା ରହିଛି, ସେହି ଯୋଜନା କୁ କାହିଁକି ବନ୍ଦ କରାଯାଉଛି। ପୂର୍ବ ସରକାର ଏହି ଯୋଜନା କୁ ଗୁରୁତର ସହିତ ବିଚାରକୁ ନେଇ ଛୋଟ ଛୋଟ ବ୍ୟବସାୟୀ ମାନଙ୍କୁ ବ୍ୟବସାୟ କରିବା ପାଇଁ ଉତ୍ସାହିତ କରୁଥିବା ବେଳେ ଏହି ସରକାର କଣ ପାଇଁ ଅଣଦେଖା କରୁଛନ୍ତି। ପୁନର୍ବାର ଉକ୍ତ ଯୋଜନା କୁ ଆରମ୍ଭ କରାଯାଉ ଏବଂ କାର୍ଯ୍ୟରେ ନିୟୋଜିତ ଥିବା ବିଡିଏସପି ମାନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଉ ବୋଲି ଦାବି କରୁଥିବା ସହ ସରକାର ଏହି ଯୋଜନା କୁ ଶୀଘ୍ର କାର୍ଯ୍ୟକାରୀ କରନ୍ତୁ ବୋଲି ଦାବି କରୁଛନ୍ତି।
ଏସଂକ୍ରାନ୍ତରେ ସମ୍ବଲପୁର ଜିଲ୍ଲା ଡିପିଏମ ସଞ୍ଜୟ ମହାପାତ୍ରଙ୍କୁ ଫୋନ କରାଯାଇଥିଲା, ସେ ଫୋନ ନଉଠେଇବାରୁ ତାଙ୍କ ମତାମତ ନିଆଯାଇ ପାରିନଥିଲା। ପରେ ବିଭାଗର ଭୁବନେଶ୍ୱର ସିଇଓ ବବିତା ମହାପାତ୍ରଙ୍କୁ ଯୋଗାଯୋଗ କରାଯାଇଥିବା ବେଳେ ସେ ଏବାବଦରେ କ୍ଲାରିଫିକେଶନ ମଗାଯାଇଛି, ଆସନ୍ତା କାଲି ଜଣେ ବିଡିଏସପି ନେତ୍ରୀଙ୍କୁ କୁହନ୍ତୁ ମୋ ସହିତ କଥାହେବେ ବୋଲି କହିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ