Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୃଦ୍ଧ ପିତାମାତାଙ୍କ ଦେଖାଶୁଣା ପାଇଁ ମିଳିବ ୩୦ ଦିନ ଛୁଟି…

ନୂଆଦିଲ୍ଲୀ: ସରକାରୀ କର୍ମଚାରୀମାନେ ସେମାନଙ୍କର ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ ଛୁଟି ନେବାର କୌଣସି ବ୍ୟବସ୍ଥା ଅଛି କି ? ଏହି ପ୍ରଶ୍ନ ଗୁରୁବାର ଦିନ ରାଜ୍ୟସଭାରେ କେନ୍ଦ୍ରୀୟ ରାଜ୍ୟମନ୍ତ୍ରୀ ଜିତେନ୍ଦ୍ର ସିଂହଙ୍କୁ ପଚରାଯାଇଥିଲା।ଯାହାର ଜବାବରେ ସେ କହିଛନ୍ତି ଯେ କେନ୍ଦ୍ରର ସରକାରୀ କର୍ମଚାରୀ ମାନେ ନିଜର ବୁଦ୍ଧ ବାପା ମା ଙ୍କ ସେବା ଯତ୍ନ ଭଳି ବ୍ୟକ୍ତିଗତ କାରଣ ଲାଗି ଅନେକ ବ୍ୟବସ୍ଥା ମାନ ରହିଅଛି।

ତେବେ କେନ୍ଦ୍ରୀୟ ସିଭିଲ୍ ସେବା ଛୁଟି ନିୟମ ୧୯୭୨ ଅନୁଯାୟୀ, ପ୍ରତିବର୍ଷ ଜଣେ କର୍ମଚାରୀ ୩୦ଦିନର ଅର୍ଜିତ ଛୁଟି ଓ ୨୦ଦିନର ଅଧା ଦରମାରେ ଛୁଟି ଏବଂ ଆଠ ଦିନର ଆକସ୍ମିକ ଛୁଟି ସହ ଦୁଇ ଦିନର ପ୍ରତିବନ୍ଧିତ ଛୁଟି ନେଇ ପାରିବା ନେଇ ସେ କହିଛନ୍ତି। ଏହା ବ୍ୟତୀତ ସରକାରୀ କର୍ମଚାରୀମାନଙ୍କୁ ଅନ୍ୟାନ୍ୟ କାରଣ ପାଇଁ ମଧ୍ୟ ଛୁଟି ପ୍ରଦାନ କରାଯାଇଥାଏ ଯାହାକି ସେ ନିଜର କୌଣସି ବ୍ୟକ୍ତିଗତ କାରଣ ରୁ ନେଇ ପାରିବେ। ଏଥିରେ ନିଜ ବୃଦ୍ଧ ପିତାମାତାଙ୍କ ଯତ୍ନ ନେବା ପାଇଁ ସର୍ବାଧିକ ଗୋଟିଏ ମାସର ଛୁଟି ନେବା ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ