ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରୀୟ ବୁଥ୍ ପୁନଃଗଠିତ ସମିକ୍ଷା ବୈଠକ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ଶୁକ୍ରବାର ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବୁଥ ପୁନଃ ଗଠିତ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସମୀକ୍ଷା ବୈଠକ ରେ ଡେପୁଟି କଲେକ୍ଟର ଅଜିତ ମିର୍ଦ୍ଧା , ଡେପୁଟି କଲେକ୍ଟର ଶୁଭମ ଏସ ଶତପଥି , ବିଜେଡି ପକ୍ଷରୁ ଜିଲ୍ଲା ବିଜେଡି ଉପସଭାପତି କିଶୋର ହୋତା , ବିଜେପି ପକ୍ଷରୁ ଜିଲ୍ଲା ଉପସଭାପତି ସତ୍ୟବ୍ରତ ମିଶ୍ର , ଆମ ଆଦମୀ ଜିଲ୍ଲା ସଭାପତି ସୁରେଶ କଳତା , ଉଲୁଣ୍ଡା ବି ଡି ଓ ଚିନ୍ମୟ ମହାନନ୍ଦ, ଗ୍ରାମ ପଞ୍ଚାୟତ ଅଧିକାରୀ ସୁନିତା ବେହେରା , ବିନିକା ବି ଡି ଓ ମଣ୍ଟୁ ଖମାରି ପ୍ରମୁଖ ଉପସ୍ଥିତ ଥିଲେ l ସମୁଦାୟ ୧୨00ରୁ ଉର୍ଦ୍ଧ୍ବ ଭୋଟର ଥିବା ୨୫ ଗୋଟି ବୁଥ କୁ ବିଭାଜନ କରି ଆଉ ଗୋଟିଏ ଲେଖାଏଁ ବୁଥ ସେହି ଜାଗାରେ କରାଯିବାକୁ ଆଲୋଚନା ହୋଇଥିଲା l ଏହାକୁ ଜିଲ୍ଲା ସ୍ତରୀୟ ନିର୍ବାଚନ ଅଧିକାରୀ ଏବଂ ରାଜ୍ୟ ନିର୍ବାଚନ କମିଶନର ଙ୍କ ନିକଟକୁ ପଠାଇବା ପରେ ଚୂଡାନ୍ତ ତାଲିକା ପ୍ରକାଶ ପାଇବ ବୋଲି ଜଣାଯାଇଛି l ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ବୁଥ ସ୍ତରୀୟ ଅଫିସର ଯୋଗ ଦେଇଥିଲେ l