Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

୧୮ରେ ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ

ଭୁବନେଶ୍ୱର: କେବେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ? ଏ ନେଇ କଳ୍ପନାଜଳ୍ପନା ଲାଗି ରହିଥିବା ବେଳେ ପରୀକ୍ଷା ଫଳ ପ୍ରକାଶ ନେଇ ବାହାରିଛି ତାରିଖ। ମେ ୧୮ରେ ବାହାରିବ ମାଟ୍ରିକ ରେଜଲ୍ଟ। ଏ ନେଇ ଓଡିଶା ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ବିଏସ୍ଇ) ପକ୍ଷରୁ ଘୋଷଣା କରାଯାଇଛି।
ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ମେ ୧୮ ତାରିଖ ସକାଳ ୧୦ଟାରେ ଫଳାଫଳ ପ୍ରକାଶ କରିବେ ବୋଲି ବୋର୍ଡ ସଭାପତି କହିଛନ୍ତି। ଛାତ୍ର ଛାତ୍ରୀମାନେ ମଧ୍ୟାହ୍ନ ୧୨ ଟାରୁ – dseodisha.in ପରିଦର୍ଶନ କରି ସେମାନଙ୍କର ପରୀକ୍ଷା ଫଳ ଦେଖିପାରିବେ।

ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ଜଣ ପିଲା ମାଟ୍ରିକ୍ ପରୀକ୍ଷା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ