ସ୍ୱାସ୍ଥ୍ୟକର ପଞ୍ଚାୟତ ପାଇଁ ପ୍ରଶିକ୍ଷଣ ଶିବିର


ସମ୍ବଲପୁର: ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପରିଷଦ, ସମ୍ବଲପୁରର ମିଳିତ ସହଯୋଗ ରେ ସ୍ୱାସ୍ଥ୍ୟକର ପଞ୍ଚାୟତ ଗଠନ ପାଇଁ ଏକ
ପ୍ରଶିକ୍ଷଣ ଶିବିର ମଙ୍ଗଳବାର ଜିଲ୍ଲା ପ୍ରଶିକ୍ଷଣ ଓ ସମ୍ପଦ କେନ୍ଦ୍ର (DPRC) ସମ୍ବଲପୁର ଠାରେ ଉଦଘାଟିତ ହୋଇଯାଇଛି। ଉକ୍ତ ପ୍ରଶିକ୍ଷଣରେ ଇଆରପି କେତକୀ ବେହେରା ତାଲିମ ଦାତା ଡା. ବିଶ୍ୱଜିତ ପଣ୍ଡା, ଡା. ରାଜାରାମ ଷଡ଼ଙ୍ଗୀ, ଇଆରପି ଗଣେଶରାମ ପଣ୍ଡା ତାଲିମ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମର ପ୍ରାଥମିକ ଉଦ୍ଦେଶ୍ୟ ଥିଲା ଗ୍ରାମପଞ୍ଚାୟତ ସ୍ତରରେ ଆନିମିଆ ସଚେତନତା ବୃଦ୍ଧି, ପୌଷ୍ଟିକତା ସୁନିଶ୍ଚିତ କରିବା ଓ ସୁସ୍ଥ ଗ୍ରାମପଞ୍ଚାୟତ କିପରି ଗଢିବା ।
ଇଆରପି କେତକୀ ବେହେରା ସୁସ୍ଥ ଗ୍ରାମପଞ୍ଚାୟତ ପାଇଁ ରକ୍ତହୀନତା ବିଷୟରେ-ଆନିମିଆ କ’ଣ, ତାହାର ସାଧାରଣ ଲକ୍ଷଣ, କାରଣ ଓ ପୌଷ୍ଟିକାହାର ସହିତ ଆନିମିଆ ର ସମ୍ପର୍କ ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ।ଏହାପରେ ଡା. ବିଶ୍ୱଜିତ ପଣ୍ଡାଙ୍କ ଦ୍ୱାରା ଆନିମିଆ ପ୍ରତିରୋଧ ପାଇଁ ସରକାରୀ ପ୍ରୟାସ ଅମ୍ଲାନ, ସିକେଲ୍ ସେଲ୍ ଆନିମିଆ, ପିମ ପୋଷଣ,ଏଫଏନଏଚଡବ୍ଲୁ,ଏମଏସପିୟାଇ/ସାଗ, ଅଦ୍ଭିକା ପରି ବିଭିନ୍ନ ସରକାରୀ ଯୋଜନା ବିଷୟରେ ଉପସ୍ଥାପନ କରିଥିଲେ।ଡ଼ିଏଲଟି ଡ. ରାଜାରାମ ଷଡ଼ଙ୍ଗୀଙ୍କ ଦ୍ୱାରା ସୁସ୍ଥ ଗ୍ରାମପଞ୍ଚାୟତର ସୂଚକ, ପଞ୍ଚାୟତ ସ୍ତରୀୟ ସ୍ଥାୟୀ କମିଟିର ଭୂମିକା, ଟିବି ମୁକ୍ତ ପଞ୍ଚାୟତ, ଆନିମିଆ/ ଫାଏଲେରିଆ ମୁକ୍ତ ପଞ୍ଚାୟତ ଗଠନ ବିଷୟରେ ଆଲୋଚନା ହୋଇଥିଲା।ଇଆରପି ଗଣେଶରାମ ପଣ୍ଡାଙ୍କ ନେତୃତ୍ୱରେ ପଞ୍ଚାୟତରାଜ ପ୍ରତିନିଧି ମାନଙ୍କ ଭୂମିକା, ପୌଷ୍ଟିକ ବିଭିନ୍ନତା, ସପ୍ଲାଇ ଚେନ୍ ସୁଦୃଢୀକରଣ ଓ ନିରୀକ୍ଷଣ ମେକାନିଜମ୍ ବିଷୟରେ ପ୍ରଶିକ୍ଷଣ ଦିଆଯିବା ସହିତ ଗ୍ରୁପ୍ କାର୍ଯ୍ୟ, କେସ୍ ଷ୍ଟଡି ଓ ରୋଲ୍ ପ୍ଲେ କାର୍ଯ୍ୟକ୍ରମ ଆଦି ଅନୁଷ୍ଠିତ ହୋଇଥିଲା । ପ୍ରାରମ୍ଭରେ ଜିଲ୍ଲା ତାଲିମ ସଂଯୋଜିକା ପ୍ରିୟମ୍ବଦା ଗୁରୁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସଂଯୁକ୍ତା କୁଲୁ ମା ସମଲେଶ୍ୱରୀ ଙ୍କ ନିକଟରେ ଦୀପ ପ୍ରଜ୍ବଳନ ଓ ପୁଷ୍ପମାଲ୍ୟ ପ୍ରଦାନ କରି ତାଲିମର ଶୁଭାରମ୍ଭ କରିଥିଲେ।ଶେଷରେ ଡ଼ିପିଆରସି ର ପ୍ରାଧ୍ୟାପକ ନବୀନ ପଶାୟତ ଙ୍କ ଦ୍ଵାରା ଅନଲାଇନ୍ ମୂଲ୍ୟାୟନ କରାଯାଇ କାର୍ଯ୍ୟକ୍ରମ ର ସମାପନ ହୋଇଥିଲା।