Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରୁଷ ଓ ଜାପାନରେ ସୁନାମି; ଆମେରିକା ସ୍ଥିତ ଭାରତୀୟ କନସୁଲେଟଙ୍କ ପରାମର୍ଶ ଜାରି

ୱାଶିଂଟନ: ରୁଷରେ କାମଚଟକା ଉପଦ୍ୱୀପରେ ପ୍ରଶାନ୍ତ ମହାସାଗର ନିକଟରେ ୮.୮ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଯାହାପରେ ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଜେନେରାଲ୍ ବର୍ତ୍ତମାନ୍ ଅନେକ ଦେଶରେ ସୁନାମି ଆସିବା ନେଇ ଆଶଙ୍କା କରିଛନ୍ତି।

କନସୁଲେଟ୍ କାଲିଫର୍ନିଆ ଓ ଅନ୍ୟାନ୍ୟ ପଶ୍ଚିମ ଉପକୂଳବର୍ତ୍ତୀ ରାଜ୍ୟ ଏବଂ ହାୱାଇରେ ଥିବା ଭାରତୀୟ ନାଗରିକମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। ଏଥିସହିତ କନସୁଲେଟ୍ ଜରୁରୀକାଳୀନ ପରିଚାଳନା ସଂସ୍ଥା ଏବଂ ଆମେରିକୀୟ ସୁନାମି ଚେତାବନୀ କେନ୍ଦ୍ରଗୁଡ଼ିକ ଉପରେ କଡ଼ା ନଜର ରଖିବାକୁ ମଧ୍ୟ ପରାମର୍ଶ ଦେଇଛି।

ସାନ ଫ୍ରାନ୍ସିସ୍କୋରେ ଥିବା ଭାରତୀୟ କନସୁଲେଟ୍ ଭାରତୀୟ ନାଗରିକଙ୍କ ପାଇଁ ଏକ ହେଲ୍ପଲାଇନ୍ ନମ୍ବର ମଧ୍ୟ ଜାରି କରିଛି: +୧୪୫-୪୮୩-୬୬୨୯। ତେବେ ବର୍ତ୍ତମାନ୍ ଅନେକ ଦେଶର ଅଧିକାରୀମାନେ ଏହି ଶକ୍ତିଶାଳୀ ଭୂମିକମ୍ପ ପରେ ସୁନାମି ଆସିବା ନେଇ ଆକଳନ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ