ଗୋପାଳଜାଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକଶିକ୍ଷୟତ୍ରୀଙ୍କୁ ଅବସରକାଳୀନ ବିଦାୟ ସମ୍ବଦ୍ଧନା ।
 
        ହାଟଡିହି, :ହାଟଡିହି ବ୍ଳକ ପଞ୍ଚୁ ଗୋଛିଆ ପଂଚାୟତର ଗୋପାଳଜୀଉ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ପଞ୍ଚୁଗୋଛିଆର ସହକାରୀ ଶିକ୍ଷୟତ୍ରୀ ମୀନା ସାମଲ ଓ ଶିକ୍ଷକ ସନାତନ ସନ ବେହେରାଙ୍କୁ ଅବସରକାଳୀନ ବିଦାୟ ସମ୍ବଦ୍ଧନା ପ୍ରଦାନ କରାଯାଇଛି । ଏହି ବିଦାୟ ସମ୍ବର୍ଦ୍ଧନାକାର୍ଯ୍ୟକ୍ରମରେଶିକ୍ଷକଅନ୍ତର୍ଯ୍ୟାମୀବିଶ୍ଵାଳଙ୍କ ବିଶ୍ଵ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ହାଟଡିହି ଗୋଷ୍ଠୀ ଉନ୍ନୟନ ଅଧିକାରୀ ରଞ୍ଜନ କୁମାର ପରିଡା, ମୁଖ୍ୟବକ୍ତା ହାଟଡିହି ଗୋଷ୍ଠୀ ଶିକ୍ଷା ଅଧିକାରୀ ରାଜୀବ ଦଳେଇ, ବିଶେଷ ଅତିଥି ଭାବେ ଫଚାୟତର ସରଫଚ ଦିନେଶ ସେଠୀ ଓ ଏବିଇଓ ପ୍ରମୋଦ ନାୟକ, ସମ୍ମାନୀତ ଅତିଥୁ ହାଟଡିହି ପ୍ରାଥମିକ ଶିକ୍ଷକ ସଙ୍ଘର ସଭାପତି ଶ୍ରୀକାନ୍ତ ବିଶ୍ଵାଳ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବନମାଳୀ ରାଉତ, ବିଦ୍ୟାଳୟ କମିଟିର ସଭାପତି ଅଲେଖ ଦଳେଇ, ପ୍ରାଥମିକ ଶିକ୍ଷକ ସଙ୍ଘର ରାଜ୍ୟ ସଂଯୋଜକ ଶ୍ରୀକାନ୍ତ ପଟ୍ଟନାୟକ, ଆର୍ତତ୍ରାଣ ଜେନା ପ୍ରମୁଖ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରୀ ଅବସର ନେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶୋକାକୂଳ ପରିବେଶ ସୃଷ୍ଟିହେବା ସହିତ ସେମାନଙ୍କୁ ଛାତ୍ରଛାତ୍ରୀମାନେ ଝୁରିହେବେ ବୋଲି ଛାତ୍ରଛାତ୍ରୀ ମତବ୍ୟକ୍ତ କରିଥିଲେ । ସେହିପରି ଶିକ୍ଷକ ଓ ଶିକ୍ଷୟତ୍ରୀଙ୍କର ସମୟାନୁବର୍ତୀତା,କର୍ତବ୍ୟନିଷ୍ଠ ଛାତ୍ରଛାତ୍ରୀ ବତ୍ସଳ ଓ ଶିକ୍ଷାଦାନ ପଦ୍ଧତି ଉନ୍ନତମାନର ଥିବା ଅତିଥିମାନେ ମତବ୍ୟକ୍ତ କରିଥିଲେ । ପରେ ତାଙ୍କୁ ବିଦ୍ୟାଳୟ ପକ୍ଷରୁ ମାନପତ୍ର, ଉତରୀୟ, ପୁଷ୍ପଗୁଚ୍ଛ ଓ ଉପହାର ଦେଇ ସମ୍ବଦ୍ଧିତ କରାଯାଇଥିଲା। ବିଦ୍ୟାଳୟର ଅନ୍ୟ ଶିକ୍ଷକ ଶିକ୍ଷୟତ୍ରୀ, ଗ୍ରାମବାସୀ ଓ ବିଦ୍ୟାଳୟ କମିଟିର ସମସ୍ତ ସଦସ୍ୟ ସଦସ୍ୟା ସହଯୋଗ କରିଥିଲେ ।

 
                        
 
                                 
                                 
                                 
                                 
                                